ମହାରାଷ୍ଟ୍ର ସରକାରଙ୍କ ବଡ ଘୋଷଣା: ଶିକ୍ଷା ଓ ରୋଜଗାରରେ ମୁସଲମାନଙ୍କୁ ମିଳିବ ସଂରକ୍ଷଣ

ମୁମ୍ବାଇ : ମହାରାଷ୍ଟ୍ରରେ ଶିବସେନା ସରକାର ଏକ ଅପ୍ରତ୍ୟାଶିତ ପଦକ୍ଷେପ ନେବା ପୂର୍ବକ ଶିକ୍ଷା ଓ ରୋଜଗାରରେ ମୁସଲମାନଙ୍କୁ ସଂରକ୍ଷଣ ଦେବାର ଅଧ୍ୟାଦେଶର ଘୋଷଣା କରିଛି। ଏହି ସଂରକ୍ଷଣ ନେଇ ନବାବ୍‌ ମଲ୍ଲିକ କହିଛନ୍ତି ଯେ, ଶିକ୍ଷଣ ସଂସ୍ଥାରେ ମୁସଲମାନଙ୍କୁ ୫ ପ୍ରତିଶତ ସଂରକ୍ଷଣ ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି। ସରକାରୀ ସ୍କୁଲ, କଲେଜ ଆଦିରେ ଏହି ଆରକ୍ଷଣ ଦିଆଯିବା ନେଇ ହାଇକୋର୍ଟ ମାନ୍ୟତା ଦେଇଛନ୍ତି। ସେହିପରି ଚାକିରି ଓ ପ୍ରାଇଭେଟ୍‌ ସ୍କୁଲରେ ସଂରକ୍ଷଣ ନେଇ ସରକାର ବିଚାର କରୁଛନ୍ତି। ରାଜ୍ୟରେ କଂଗ୍ରେସ-ଏନ୍‌ସିପି ଓ ଶିବସେନା ମେଣ୍ଟର ସରକାର ଚାଲିଛି। ତେବେ ମୁସଲମାନଙ୍କ ସଂରକ୍ଷଣକୁ ନେଇ ବିଜେପି ବିରୋଧ କରିବ ବୋଲି ବିଜେପି ନେତା ଦେବେନ୍ଦ୍ର ଫଡ୍‌ନଭୀସ୍‌ କହିଛନ୍ତି। ଧର୍ମ ଆଧାରରେ କରାଯାଉଥିବା ଯେକୌଣସି ସଂରକ୍ଷଣର ବିରୋଧ କରିବେ ବୋଲି ବିଜେପି କହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ