ଦିଲ୍ଲୀ ଦଙ୍ଗା: ମୃତ୍ୟୁ ସଂଖ୍ୟା ୪୨କୁ ବୃଦ୍ଧି

ନୂଆଦିଲ୍ଲୀ: ଦିଲ୍ଲୀ ଦଙ୍ଗାରେ ମୃତ୍ୟୁ ସଂଖ୍ୟା ୪୨କୁ ବୃଦ୍ଧି ପାଇଛି। ଗୁରୁବାର ସୁଦ୍ଧା ୩୮ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଶୁକ୍ରବାର ଆଉ ୪ ଆହତ ଆଖି ବୁଜିଛନ୍ତି। ଏବେ ବି ୧୫୦ରୁ ଅଧିକ ଆହତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଥିବାବେଳେ ୨୦ରୁ ଅଧିକଙ୍କ ଅବସ୍ଥା ଗମ୍ଭୀର ରହିଛି। ଅନ୍ୟପଟେ ଦିଲ୍ଲୀର ଦଙ୍ଗା ପ୍ରଭାବିତ ଅଞ୍ଚଳରେ ଏବେ କିଛିଟା ଶାନ୍ତିର ବାତାବରଣ ରହିଛି। ପରିସ୍ଥିତି ଧୀରେ ଧୀରେ ସୁଧୁରିବାରେ ଲାଗିଛି। ମୌଜପୁର, ଜାଫରାବାଦ ସମେତ ଅନ୍ୟାନ୍ୟ ଅଞ୍ଚଳରେ ବହୁ ସଂଖ୍ୟାରେ ସୁରକ୍ଷା କର୍ମୀ ମୁତୟନ ହୋଇଛନ୍ତି। ଦିଲ୍ଲୀ ଉପରାଜ୍ୟପାଳ ଅନିଲ ବୈଜଲ ଶୁକ୍ରବାର ଦଙ୍ଗା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ