ଦୁଇ ଦିନିଆ ଜାତୀୟ କର୍ମଶାଳା ଆରମ୍ଭ
କୋଣାର୍କ(ଗଣେଶ ଚନ୍ଦ୍ର ବେହେରା) କୋଣାର୍କ ସ୍ଥିତ ଯାତ୍ରୀ ନିବାସ ସମ୍ମେଳନ କକ୍ଷ ଠାରେ ଭାରତ ସରକାରଙ୍କ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ଆନୁକୂଲ୍ୟରେ ଦୁଇ ଦିନିଆ ଜାତୀୟ କର୍ମଶାଳା ଉଦଘାଟିତ ହୋଇଯାଇଛି। ଏହି ଦୁଇ ଦିନିଆ କର୍ମଶାଳା କୁ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ର ମହାନିର୍ଦ୍ଦେଶକା ଉଷା ଶର୍ମା ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଏହାର ଶୁଭାରମ୍ଭ କରିଥିଲେ। ଏହି ଦୁଇ ଦିନିଆ ଜାତୀୟ କର୍ମଶାଳା ରେ ବିଶ୍ବ ଐତିହ୍ୟ ତଥା ଓଡ଼ିଆ ଜାତିର ଅସ୍ମୀତା ର ସ୍ମୃତି ସ୍ତମ୍ଭ କୋଣାର୍କ ସୂର୍ଯ୍ୟ ର ସଂରକ୍ଷଣ ଓ ରକ୍ଷଣାବେକ୍ଷଣ ନେଇ ହେଵ ମାନସ ମନ୍ଥନ। ଏହି କର୍ମଶାଳାରେ ଏଏସଆଇ ମହାନିର୍ଦ୍ଦେଶକ ଶ୍ରୀ ମତୀ ଶର୍ମା ଯୋଗ ଦେଇ ଵିଶ୍ବର ପ୍ରାଚୀନ କୀର୍ତ୍ତି ସ୍ତମ୍ଭ କୋଣାର୍କ ସୂର୍ଯ୍ୟ ମନ୍ଦିର ର ସଂରକ୍ଷଣ, ରକ୍ଷଣାବେକ୍ଷଣ ଓ ୨୦୧୦ ମସିହାରେ ହୋଇଥିବା ଜାତୀୟ ସମ୍ମିଳନୀ ରେ ସୂର୍ଯ୍ୟ ମନ୍ଦିର ସଂରକ୍ଷଣ ନେଈ ଵଶେଷଞ ପ୍ରତିନିଧି ଦଳ ଓ ସିଵିଆର ଆଇ ସଂସ୍ଥା ର ରିପୋର୍ଟ ଭିତିରେ ଏହାର ସଂରକ୍ଷଣ କରିବା ନେଇ ଗୁରୁତ୍ବାରୋପ କରାଯିବ ବୋଲି ମହାନିର୍ଦ୍ଦେଶକ ଶ୍ରୀମତୀ ଶର୍ମା ପ୍ରକାଶ କରିଛନ୍ତି। ଏହି କର୍ମଶାଳାରେ ଵିଶେଷଞ ପଦ୍ମଶ୍ରୀ ଜିସିମିତ୍ର, ରାଜ୍ୟ ସରକାର ଙ୍କ ସଂସ୍କୃତି ସଚିବ ମନୋରଂଜନ ପାଣିଗ୍ରାହୀ, ଓଡ଼ିଶା ହାଇକୋର୍ଟ ଦ୍ଵାରା ନିଯୁକ୍ତ ଆର୍ମିସ କ୍ଯୁରୀ ଏମ କେ ମହାନ୍ତି, ପୂର୍ବତନ ଏଏସଆଇ ମହାନିର୍ଦ୍ଦେଶକ ଡଃ ଵି. ଆର ମଣି, ଏଵି ତ୍ରିପାଠୀ, ସଞୟ ଆଚାର୍ଯ୍ୟ, ଅନିଲ ଧିର, ପୁରୀ ଜିଲ୍ଲାପାଳ ଵଲବନ୍ତ ସିଂ ଓ ଏଏସଆଇ ଭୁବନେଶ୍ବର ସର୍କଲ ସୁପରିଟେଣ୍ଡେଣ୍ଟ ଅରୁଣ କୁମାର ମଲ୍ଲିକ ସମେତ ଐତିହ୍ୟ ସ୍ଥଳୀ ଵିଶେଷଞ ମାନେ ଯୋଗ ଦେଇଛନ୍ତି। ଏହି କର୍ମଶାଳାରେ ପ୍ରଥମ ଅଧିବେଶନ ଶେଷ ହେବା ପରେ ଏଏସଆଇ ମହାନିର୍ଦ୍ଦେଶକ ଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଓ ଵିଶେଷଞ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିବା ସହ ମନ୍ଦିର ର ଵାସ୍ତଵ ସ୍ଥିତି କୁ ପରଖୀଛନ୍ତି। ଓଡ଼ିଆ ଜାତିର ଗର୍ବ ଓ ଗୌରବ, ଵିଶ୍ଵର ପ୍ରାଚୀନ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର କୁ ଭଵିଷ୍ଯତ ପିଢି ପାଇଁ ସାଇତି ରଖିବା ସହ ଏହାର ସଂରକ୍ଷଣ ଓ ରକ୍ଷଣାବେକ୍ଷଣ ପାଇଁ ସାମୂହିକ ପ୍ରୟାସ ଓ ସହଯୋଗ ଜରୁରୀ ବୋଲି ଏହି ଅବସରରେ ଏଏସଆଇ ମହାନିର୍ଦ୍ଦେଶକ ଉଷା ଶର୍ମା ପ୍ରକାଶ କରିଛନ୍ତି। ଏହି କର୍ମଶାଳାଟି ଆସନ୍ତା କାଲି ଉଦଯାପିତ ହେଵ।