ସତ୍ୟସାଇ ସଂଗଠନ ପକ୍ଷରୁ ବିପନ୍ନଙ୍କୁ ରନ୍ଧାଖାଦ୍ୟ ବଣ୍ଟନ

କୋଣାର୍କ (ଜୁଗାବ୍ଦ ନ୍ୟୁଜ୍‍): ଗତ ତିନି ତାରିଖ ଫାନି ବାତ୍ୟାରେ କୋଣାର୍କ ଓ ଚନ୍ଦ୍ରଭାଗା ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଓ କୋଣାର୍କ ସତ୍ୟସାଇ ସଂଗଠନ ମିଳିତ ଭାବେ ଚନ୍ଦ୍ରଭାଗା ନୋଳିସାହି, ୧୧ ନଂ ୱାର୍ଡ ନଳକଣ କେଳାସାହି ସମେତ କେତେକ ଅଞ୍ଚଳରେ ଦୁଇ ଦିନ ଧରି ରନ୍ଧାଖାଦ୍ୟ ବଣ୍ଟନ କରାଯାଇଛି । ଏଥିସହ ସଂଗଠନ ପକ୍ଷରୁ ବିଭିନ୍ନ ଅଞ୍ଚଳ ସଫେଇ କରିବା ସହ ଚାରି ହଜାରରୁ ଊଦ୍ଧ୍ୱର୍ ବିପନ୍ନଙ୍କୁ ରନ୍ଧାଖାଦ୍ୟ ବଣ୍ଟନ କରିଥିଲେ । କୋଣାର୍କ ସାଇ ସଂଗଠନର ସମାଜସେବୀ ରାମକୃଷ୍ଣ ମହାନ୍ତି, ବାମଦେବ ଆଳୁକ, ଅରବିନ୍ଦ ମୁଦୁଲି, ବିଚିତ୍ର ଲେଙ୍କାଙ୍କ ସମେତ ଭୁବନେଶ୍ୱର ଓ କୋଣାର୍କ ସାଇ ସଂଗଠନର ସମସ୍ତ ସଭ୍ୟ ଏହି ମହତ୍ କାର୍ଯ୍ୟରେ ସାମିଲ୍ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ