ଖାଉଟି ଚାଉଳ ହିତାଧିକାରୀଙ୍କ ଅଭିଯୋଗକୁ ଜିଲ୍ଲା ପ୍ରଶାସନର ଅଣଦେଖା

ଟିକାବାଲି ,(ଯୁଗାବ୍ଦ ନ୍ୟୁଜ) ଟିକାବାଲି ବ୍ଲକ ବଡିମୁଣ୍ଡା ପଞ୍ଚାୟତରେ ହିତାଧିକାରୀଙ୍କୁ ଯୋଗାଇଦିଆଯାଉଥିବା ଖାଉଟି ଚାଉଳକୁ ପଞ୍ଚାୟତରେ କାର୍ଯ୍ୟରତ ଭିଏଲଡବ୍ଲିଉ ଓ ଯୋଗାଣ ସହାୟକ ଚଞ୍ଚକତା କରି ଆତ୍ମସାତ କରୁଥିବା ନେଇ ବାରମ୍ବାର ଅଭିଯୋଗ ହେବା ସତ୍ତ୍ୱେ କନ୍ଧମାଳ ଜିଲ୍ଲାପ୍ରଶାସନ ଏଦିଗରେ ନିରବ ରହୁଛନ୍ତି।ହିତାଧିକାରୀଙ୍କୁ ରାସନ କାର୍ଡ ଯୋଗେ ଚାଉଳ ପ୍ରଦାନ କରିବା ସମୟରେ ଏକ କମ୍ପୁଟରୱାଇଜ ପ୍ରିଣ୍ଟଙ୍ଗ ବିଲ ପୋଜ ମିସିନ ଯୋଗେ ବାହାରୁଥିବା ବେଳେ ହିତାଧିକାରୀଙ୍କ ଅଶିକ୍ଷିତତାର ସଯୋଗ ନେଇ ବିଲ ହିତାଧିକାରୀଙ୍କୁ ପ୍ରଦାନ କରାଯାଉ ନାହିଁ ଏବଂ ପ୍ରତି ରାସନ କାର୍ଡ଼ରୁ ୧୦ ରୁ ୧୫ କିଲୋ ଚାଉଳ କାର୍ଯ୍ୟରତ ଭିଏଲଡବ୍ଲିଉ ଓ ଯୋଗାଣ ସହାୟକ ପ୍ରତିମାସରେ ଆତ୍ମସାତ କରୁଛନ୍ତି । ବଡିମୁଣ୍ଡା ପଞ୍ଚାୟତର ହିତାଧିକାରୀ ଚାଉଳକୁ ଆତ୍ମସାତ କରାଯାଉଥିବା ଜାଣିବାକୁ ପାଇଁ ସରପଞ୍ଚ ଏହାକୁ ବିରୋଧ କରି ଜିଲ୍ଲାପାଳଙ୍କୁ ଜଣାଇବା ସହ ପଞ୍ଚୟତର ପିଡ଼ିଏସ ରେଜିଷ୍ଟର ଓ ଅନ୍ୟନ୍ୟ ବିଲ କାଗଜ ପତ୍ରରେ ସରପଞ୍ଚ ରୁକୁମା ପ୍ରଧାନ ଦସ୍ତଖତ କରୁନଥିବା ବେଳେ ଏନେଇ ତଳ ଦିନେ ବିଭିନ୍ନ ଗଣମାଧ୍ୟମରେ ଖବର ମଧ୍ୟ ପ୍ରକାଶ ପାଇଥିଲା।ଏବଂ ସେହି ସମୟରେ ଟିକାବାଲି ବିଡ଼ିଓ ଏହାର ତଦନ୍ତ କରି ଜିଲ୍ଲାପାଳଙ୍କୁ ଜଣାଇବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଗଣମାଧ୍ୟମରେ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ।ଏହି ଘଟଣାକୁ ଆଜକୁ ୫ ମାସ ବିତିଯାଇଥିଲେ ମଧ୍ୟ ଆଜିବି ଏଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବା ବେଳେ ବେଧଡକ ଭାବେ ହିତାଧିକାରୀଙ୍କ ପିଡ଼ିଏସ ଚାଉଳ ଆତ୍ମସାତ କରାଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ