ଖାମ୍ବେୟାଦୋରା କନିଷ୍ଠ ବିଜ୍ଞାନ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ

ହିଞ୍ଜିଳିକାଟୁ (ଶେଷଦେବ ସାହୁ): ହିଂଜିଳିକାଟୁ ବ୍ଳକ ପୋଚିଲିମା ଖାମ୍ବେୟାଦୋରା କନିଷ୍ଠ ବିଜ୍ଞାନ ମହାବିଦ୍ୟାଳୟର ୨୫ତମ ବାର୍ଷିକ ଉତ୍ସବ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ରବିନ୍ଦ୍ର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ପ୍ରିୟରଂଜନ ପୃଷ୍ଟି ଯୋଦେଇ ଉତ୍ସବର ଶୁଭ ଉଦଘାଟନ କରିବା ସହ ଶିକ୍ଷା ହିଁ ଶିକ୍ଷାର୍ଥୀଙ୍କ ମାନଦଣ୍ଡ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ମୁଖ୍ୟମନ୍ତ୍ରୀଙ୍କ ବ୍ଳକ ପ୍ରତିନିଧି ସୁରେନ୍ଦ୍ରନାଥ ପ୍ରଧାନ, ପୋଚିଲିମା ସଂରପଚ ଭାଣ୍ଡି ରବିନ୍ଦ୍ର, ବଡ଼ଖଣ୍ଡି ସରଂପଚ କେ. ଦୁର୍ଗା ପ୍ରସାଦ ରାଓ, ବ୍ଳକ ଯୁବ ବିଜେଡ଼ି ସଭାପତି ମନୋଜ ସାବତ, ସମାଜସେବୀ ଡ଼ି. ବିଶ୍ୱନାଥ, ତହସିଲଦାର ଗୋପିନାଥ କୁଅଁର, ବିଡ଼ିଓ ପ୍ରସନ କୁମାର ପାତ୍ର, ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନର ଅଧ୍ୟକ୍ଷ ଅମୁଲ୍ୟ କୁମାର ପଣ୍ଡା ପ୍ରମୁଖ ମଂଚାସିନ ଥିଲେ । ଅଧ୍ୟାପକ ସଂଜୟ କୁମାର ଷଡ଼ଙ୍ଗି ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅଧ୍ୟାପକନିଳାଚଂଳ ପାଣିଗ୍ରାହୀ ବାର୍ଷିକ ବିବରଣୀ ପାଠ କରିଥିଲେ । ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ୮୦ ଜଣ ପ୍ରତିଯୋଗୀଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା । ବାଳିକା ବିଭାଗରେ ସୋନାଲି ବରଡ଼ ଏବଂ ବାଳକ ବିଭାଗରେ ଶମ୍ଭୁ ଦଳାଇ ଚମ୍ପିୟାନ ଆଖ୍ୟା ଅର୍ଜନ କରିଥିଲେ । ୨୦୧୮-୧୯ ଶିକ୍ଷା ବର୍ଷରେ ମାଧ୍ୟାମିକ ଶିକ୍ଷା ପରିଷଦ ଦ୍ୱାରା ପରଚାଳିତ +୨ ବିଜ୍ଞାନ ବିଭାଗରେ ଭବାନି ପୁଜାରୀ ଓ ସରୋଜ ମହାପାତ୍ର, କଳା ବିଭାଗରେ ମିଲନ ମହାନ୍ତି, ବାଣିଜ୍ୟ ବିଭାଗରେ ଇଶ୍ୱର ଭୂୟାଁ, ଧନ୍ଦାମୂଳକ ଶିକ୍ଷା କ୍ଷେତ୍ରରେ ରାଜଶ୍ରୀ ବିଷୋୟୀ ଏବଂ ଦ୍ୱିତୀକୃଷ୍ଣ ପ୍ରଧାନ କୃତିତ୍ୱର ସହ ଉତୀର୍ଣ୍ଣ ହୋଇଥିବାରୁ ଅତିଥିଙ୍କ ଦ୍ୱାରା ମାନପତ୍ର ଓ ସିଲ୍ଡ ପ୍ରଦାନ କରାଯାଇଥିଲା । ପରିଶେଷରେ ଶିକ୍ଷାର୍ଥୀ ମାନଙ୍କ ଦ୍ୱାରା ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରାଯାଇଥିଲା । ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ବୃନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ