ଦୁର୍ଘଟଣା ଘଟାଇଥିବା ଡମ୍ପର ଡ୍ରାଇଭର ଗିରଫ

ଯୋଡ଼ା (ଯୁଗାଦ୍ଦ) କେନ୍ଦୁଝର ଜିଲା ଯୋଡା ସହର ଦେଇ ଯାଇଥିବା ରାଜ୍ୟ ରାଜପଥ ନଂ ୨ ର ସୁଜୁକି ସୋରୁମ୍ ନିକଟରେ ଦୁର୍ଘଟଣା ଘଟାଇ ଫେରାର ହୋଇଯାଇଥିବା ଡମ୍ପର ଡ୍ରାଇଭର ଅତମ କୁମାର ଅମାନ୍ତକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ପୋଲିସର ସୂଚାନନୁଯାୟୀ, ଗତ ତା ୨୧/୦୨/୨୦୨୦ ରିଖ ରେ ଡମ୍ପର ନଂ ଓଆର୦୯ ୧୪ ବି ୧୯୩୫ ଟି ଯୋଡା ସହର ଦେଇ ବାଂଶପାଣି ଅଭିମୁଖେ ଯାଉଥିବା ବେଳେ ଉକ୍ତ ସୋରୁମ୍ ନିକଟରେ କୁନ୍ଦୁରୁନାଲା ଅଂଚଳର ମହିଳା ଲକ୍ଷ୍ମୀ ପାତ୍ରଙ୍କୁ ଧକା ଦେଇଥିଲା । ଫଳରେ ଲକ୍ଷ୍ମୀ ପାତ୍ରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ଘଟାଇବା ପରେ ଉକ୍ତ ଡମ୍ପରର ଡ୍ରାଇଭର ଅତମ କୁମାର ଅମାନ୍ତ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା । ପୋଲିସ ଡମ୍ପରଟିକୁ ଜବତ କରିବା ସହିତ ଏହାର ତଦନ୍ତ ଜାରି ରଖିଥିଲା । ପୋଲିସ ଏନେଇ କେଶ୍ ନଂ ୪୧/୨୦୨୦, ଦଫା ୨୭୯, ୩୦୪ ଏ ଆଇପିସି ରୁଜୁ କରି ଶୁକ୍ରବାର ଯୋଡା ସହରର ହୁଡିସାହିଠାରେ ରହୁଥିବା ଡମ୍ପରର ଡ୍ରାଇଭର ଅତମ କୁମାର ଅମାନ୍ତ କୁ ତାର ଘରୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ