ଦାନ ଧର୍ମରେ ରୁଚି ରଖନ୍ତି ଶ୍ରୀୟା ସରନ

ମୁମ୍ବାଇ : ଅଭିନେତ୍ରୀ ଶ୍ରୀୟା ସରନଙ୍କ ଚରିତ୍ର ସମ୍ପର୍କିତ ସବୁଠାରୁ ଉଲ୍ଲେଖନୀୟ କଥାଟି ହେଉଛି ସେ ଦାନ ଧର୍ମରେ ବିଶେଷ ରୁଚି ରଖିଥିବା କଳାକାର । ତାଙ୍କର ବଦନ୍ୟତାର ପଟ୍ଟାନ୍ତର ନାହିଁ । ଅସହାୟଙ୍କୁ ସାହାଯ୍ୟ କରିବାରେ ସେ ଆଗୁଆ । ସେ ‘ନାନ୍ଦୀ ଫାଉଣ୍ଡେସନ’, ‘ୱାର୍ଲଡ ଭିଜନ’, ‘ଆପୋଲ ଆରଡିଏଫ’ ଭଳି ସ୍ୱେଚ୍ଛାସେବୀ ସଂଗଠନ ସହ ସମ୍ପୃକ୍ତ ଅଛନ୍ତି । ଏଡସ ମହାମାରୀ ରୋକିବା ନିମନ୍ତେ ଜନସଚେତନତା ସୃଷ୍ଟି କରିବା ପାଇଁ ଆର୍ଥିକ ସହାୟତା ଯୋଗାଉଛନ୍ତି । ପ୍ରାକୃତିକ ବିପର୍ଯ୍ୟୟର ଶିକାର ହେଉଥିବା ମଣିଷଙ୍କ ନିମନ୍ତେ ସେ ଅନେକ କିଛି କରୁଥିବା ଜଣାଯାଏ । ଅସହାୟ ଶିଶୁଙ୍କ ବିକାଶରେ ଲାଗିଥିବା ଏକାଧିକ ସ୍ୱେଚ୍ଛାସେବୀ ସଂଗଠନ ଶ୍ରୀୟାଙ୍କ ଅର୍ଥରେ ଚାଲିଛି । ସେ ନିଜେ ମୁମ୍ବାଇରେ ଚଳାଉଛନ୍ତି ‘ଶ୍ରୀ ସ୍ପା’ । ଏହାର ବିଶେଷତ୍ୱ ହେଉଛି ଏଠାରେ କେବଳ ଭିନ୍ନକ୍ଷମମାନେ କାର୍ଯ୍ୟରତ । ମଣିଷ ସହ ପଶୁଙ୍କ ପାଇଁ ମଧ୍ୟ ଚିନ୍ତା କରୁଥିବା ନାୟିକା ହେଉଛନ୍ତି ଶ୍ରୀୟା । ‘ବ୍ଲୁ କ୍ରସ ଅଫ ଇଣ୍ଡିଆ’ ସହ ସେ ସମ୍ପୃକ୍ତ । ୩୭ ବର୍ଷ ବୟସ୍କା ଶ୍ରୀୟା ନିକଟରେ ‘ସବ କୁଶଲ ମଲଙ୍ଗ’ରେ ଦେଖିବାକୁ ମିଳିଥିଲେ । ଏବେ ବଲିଉଡ଼ ଫିଲ୍ମ ‘ତଡ଼କା’ ସହ ସେ ଆଉ ତିନିଟି ଦକ୍ଷିଣୀ ଫିଲ୍ମର ସୁଟିଂରେ ବ୍ୟସ୍ତ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ