ବିଜ୍ଞାନ ଦିବସ ପାଳନ
ଯୋଡ଼ା (ଯୁଗାଦ୍ଦ) କେନ୍ଦୁଝର ଜିଲା ଯୋଡା ସହରର କୁନ୍ଦୁରୁନାଲାସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରଠାରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । ଦିବସ ପାଳନ ଅବସରରେ ବିଦ୍ୟାଳୟର ଛାତ୍ରୀଛାତ୍ରମାନଙ୍କ ମଧ୍ୟରେ ବକୃତା ଓ ପ୍ରଶ୍ନ ମଂଚ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚିତରଂଜନ ମହାନ୍ତ ବିଜ୍ଞାନ ଦିବସର ମହତ୍ୱ ବିଷୟରେ ଉପସ୍ଥିତ ଛାତ୍ରୀଛାତ୍ରମାନଙ୍କୁ କହିଥିଲେ । ବିଦ୍ୟାଳୟର ଶିକ୍ଷୟତ୍ରୀ ରାଜେଶ୍ୱରୀ ପ୍ରଧାନ, ସଂଯୁକ୍ତା ମହାନ୍ତି, କଲ୍ୟାଣୀ ପ୍ରଧାନ , ଶିକ୍ଷକ ଜିତେନ୍ଦ୍ର କୁମାର ଲେଙ୍କା, ଅଞ୍ଜନ ମିଶ୍ର, ବୈରାଗୀ ମହାନ୍ତ, ଅମୂଲ୍ୟ କୁମାର ସ୍ୱାଇଁ ଓ ଅନ୍ୟ ଶିକ୍ଷୟତ୍ରୀଶିକ୍ଷକମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।


