ଗଜପତିରୁ ୫୯ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଗଲେ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ପାରଳାଖେମୁଣ୍ଡି ଇଣ୍ଡୋର ଷ୍ଟାଡିୟମ୍ ପରିସରରୁ ବରିଷ୍ଠ ନାଗରିକମାନଙ୍କର ତୀର୍ଥ ଯାତ୍ରା ବସ୍ ବାହାରିଥିବା ଜିଲା ସଂସ୍କୃତି ବିଭାଗ ପକ୍ଷରୁ ସୂଚନା ମିଳିଛି । ତୀର୍ଥ ଯାତ୍ରା ବସ୍‌କୁ ଗଜପତି ଜିଲ୍ଲାପାଳ ଅନୁପମ ଶାହା ସବୁଜ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରି ସମସ୍ତ ଯାତ୍ରୀଙ୍କୁ ଶୁଭକାମନା ଜଣାଇଛନ୍ତି । ଏହି ବସରେ ଗଜପତି ଜିଲ୍ଲାରୁ ମୋଟ ୫୯ଜଣ ତୀର୍ଥ ଯାତ୍ରୀ ଗସ୍ତକରିଥିବା ଜଣାପଡିଛି । ଏମାନେ ସମସ୍ତେ ପାରଳାଖେମୁଣ୍ଡି ଠାରୁ ବାହାରି ବ୍ରହ୍ମପୁର ଯାଇଛନ୍ତି । ସେଠାରେ ବ୍ରହ୍ମପୁର ସ୍ଥିତ ସଂସ୍କୃତି ବିଭାଗ ପକ୍ଷରୁ ରହିବା ବ୍ୟବସ୍ଥା କରାଯାଇଛି । ସମସ୍ତେ ବ୍ରହ୍ମପୁର ରେଳ ଷ୍ଟେସନରୁ ଟ୍ରେନ ଯୋଗେ ବିଭିନ୍ନ ତୀର୍ଥ ସ୍ଥାନକୁ ବାହାରିଛନ୍ତିି । ଏମାନେ ରାମେଶ୍ୱର ଯାତ୍ରା କରିବାପରେ ସେଠାରୁ ଫେରିବା ବାଟରେ ମଦୁରାଇ ଏବଂ ତିରୁପତି ଯାତ୍ରା କରିବାପାଇଁ ବ୍ୟବସ୍ଥା ରହିଥିବା ଜଣାପଡିଛି । ସଂସ୍କୃତି ବିଭାଗ ପକ୍ଷରୁ ଏହି ବରିଷ୍ଠ ନାଗରିକମାନଙ୍କ ପାଇଁ ମାଗଣାରେ ବ୍ୟବସ୍ଥା କରାଛି । ବରିଷ୍ଠ ନାଗରିକମାନେ ତୀର୍ଥଯାତ୍ରା କରିବାର ଏହି ସୁଯୋଗ ପାଇଥିବାରୁ ଅତ୍ୟନ୍ତ ଆନନ୍ଦିତ ହୋଇ ରାଜ୍ୟ ସରକାର ଓ ଗଜପତି ପ୍ରଶାସନକୁ ସାଧୁବାଦ ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲା ଯୁବ ସଂଯୋଜକ ମନୋଜ କୁମାର ସାବତ, ଜିଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ, ସୁବ୍ରତ ଦାସ, ସୁନୀତା ମିଶ୍ର, ସୁଶାନ୍ତ ପ୍ରହରାଜ ପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ