ପାଦ ମିଳିବା ପରେ ଖପୁରି ମିଳିଲା ହତ୍ୟାକାଣ୍ଡର ତଦନ୍ତରେ ଯୋଡା ପୋଲିସ

ଯୋଡ଼ା (ଯୁଗାଦ୍ଦ) : ସହର ଉପକଣ୍ଠରେ ଅବସ୍ଥିତ ବାଂଶପାଣି ଟୋଲ ଗେଟ୍ ନିକଟ ବସ୍ତିରୁ ରବିବାର ସନ୍ଧ୍ୟା ୫.୩୦ମିନିଟ୍ ସମୟରେ ଯୋଡା ପୋଲିସକୁ ଏକ ପରିତ୍ୟକ୍ତ ଓ ଗଳିତ ଅବସ୍ଥାରେ ପଡିଥିବା ଏକ ଶିଶୁର ଖପୁରୀ ମିଳିଛି । ଏହାକୁ ନେଇ ଯୋଡା ପୋଲିସ ତଦନ୍ତ ଆରମ୍ଭ କରିଛି । ଏନେଇ ଯୋଡା ଥାନା ଅଧିକାରୀ ରାଇସେନ୍ ମୁର୍ମୁ କହିଛନ୍ତି ଯେ, ଗତ ୧୯/୦୧/୨୦୨୦ ତାରିଖରେ ଏହି ଅଂଚଳରୁ ଏକ ଶିଶୁର ପାଦ ପୋଲିସକୁ ମିଳିଥିଲା । ତେଣେ ଏହି ଅଂଚଳରେ ଥିବା ବସ୍ତିର ୩ ବର୍ଷର ଶିଶୁ ରୋହିତ ଓରାମ୍ ଙ୍କର ବୋଲି ସେହି ସମୟରେ ତାଙ୍କ ମା’ ଶଶୀ ଓରାମ୍ ଦାବି କରିଥିଲେ । କାରଣ ଶିଶୁ ରୋହିତ କିଛି ଦିନ ତଳୁ ନିଖୋଜ ଥିଲା । ଏନେଇ ଶିଶୁଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା । ଏହାକୁ ଭିତି କରି ତଦନ୍ତ ଯୋଡା ପୋଲିସ ଚଳାଇଥିଲା । ରବିବାର ଅପରାହ୍ନରେ ରେଳ ଧାରଣା କଡରେ କିଛି ପିଲା ଖେଳୁଥିବା ବେଳେ ଏହି ଖପୁରୀଟି ଦେଖିବାକୁ ପାଇଥିଲେ । ପରେ ବଡବିଲ ଏସଡିପିଓ ସତ୍ୟ ବିକାଶ ଭୂୟାଁ, ଯୋଡା ଆଇଆଇସି ରାଇସେନ୍ ମୁର୍ମୁ ସଦଳବଳେ ଘଟଣାସ୍ଥଳରେ ପହନଚି ଖପୁରୀଟିକୁ ଜବତ କରିଥିଲେ । ଏହାର ପରୀକ୍ଷାନିରୀକ୍ଷା ପାଇଁ ଗବେଷଣାଗାରକୁ ଯିବା ପରେ, ଅତିତରେ ମିଳିଥିବା ପାଦ ଓ ରବିବାର ମିଳିଥିବା ଖପୁରୀର ମେଳ କରାଇବା ପରେ ତଦନ୍ତ ଏକ ସ୍ପଷ୍ଟ ରୂପ ନେବ ଏବଂ ଅତି ଶୀଘ୍ର ଏହି ଘଟଣାର ପର୍ଦ୍ଦାଫାସ ହେବ ବୋଲି ମୁର୍ମୁ କହିଛନ୍ତି । ଗତ ୧୯ ତାରିଖରେ ପାଦ ମିଳିବା ପରେ ସନ୍ଧାନୀ କୁକୁର , ଫାରେନସିକ୍ ଟିମ୍ ଘଟଣାସ୍ଥଳକୁ ଯାଇ ଅନୁସନ୍ଧାନ କରିଥିଲେ । ତେବେ ପ୍ରାରମ୍ଭିକ ତଦନ୍ତରୁ ଏହା ଏକ ପାରିବାରିକ ଗଣ୍ଡଗୋଳକୁ ନେଇ ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ଶିଶୁର ମା ଶଶୀ ଓରାମ୍ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ