ବିପନ୍ନଙ୍କୁ ମିଳିଲା ସହାୟତା ରାଶି ଓ ପଲିଥିନ୍

ପିପିଲି (ଜୁଗାବ୍ଦ ନ୍ୟୁଜ୍‍): ପିପିଲି ବ୍ଲକ୍ର ରେକନ ପଞ୍ଚୟତରେ ବାତ୍ୟା ବିପନ୍ନଙ୍କୁ ପଲିଥିନ ପାଇଁ ଟୋକନ ଓ ୨ ହଜାର ଟଙ୍କା ସହାୟତା ରାଶି ବଣ୍ଟନ କରାଯାଇଛି । ପଞ୍ଚାୟତରେ ଥିବା ମୋଟ୍ ୮୬୧ ଜଣ ରାସନ କାର୍ଡ ହିତାଧିକାରୀଙ୍କୁ ୧୭ ଲକ୍ଷ ୨୨ ହଜାର ଟଙ୍କା ବଣ୍ଟା ଯାଇଥିବାବେଳେ ୫୦ଜଣଙ୍କୁ ପଲିଥିନ ପାଇଁ ଟୋକନ ପ୍ରଦାନ କରାଯାଇଛି । ଏହି ଟୋକନ ସେମାନେ ଭାରତୀପୁର ଆରଆଇ ଅଫିସରେ ଦେଖାଇ ପଲିଥିନ ସଂଗ୍ରହ କରିଛନ୍ତି । ଏହି କାର୍ଯ୍ୟକ୍ରମ ତିନିଦିନ ଧରି ସକାଳ ୧୦ରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଚାଲିଥିଲା । ସୁରକ୍ଷା ଦୃଷ୍ଟିରୁ ଉତ୍ତରା ଫାଣ୍ଡିର ଏଜେ ଖାନ୍କୁ ନିୟୋଜିତ କରାଯାଇଥିବାବେଳେ ବ୍ଲକ୍ର ପ୍ରଗତି ସହାୟିକା ଗାୟତ୍ରୀ ପଣ୍ଡା, ବିଏଲ୍ସି ସୁନିତା ପ୍ରଧାନ, ଜିଆରଏସ୍ ମନମୋହିନୀ ନନ୍ଦ, ସନାତନ ପ୍ରଧାନ ସହାୟତା ରାଶି ବାଣ୍ଟିବାର ସହାୟତା କରିଥିଲେ । ସରପଞ୍ଚ ଶଙ୍କର ବେହେରାଙ୍କ ଉପସ୍ଥିତିରେ ଶିଉଳା ଆରଆଇ ଅମିନ ରାଜଶ୍ୱରୀ ଜେନା ପଲିଥିନ୍ ପାଇଁ ଟୋକନ ଇସ୍ୟୁ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ