ଫାନି ପ୍ରଭାବରେ ଡାଲି ମିଲ୍ ଭାଙ୍ଗି ଚୁର୍ମାର୍

ଚାରିଛକ (ଜୁଗାବ୍ଦ ନ୍ୟୁଜ୍‍): ନିମାପଡ଼ା ବ୍ଲକ ଅନ୍ତର୍ଗତ କୁଟୀରଶିଳ୍ପ ଅଞ୍ଚଳ ଭାବେ ପରିଚିତ ତୁଳସୀପୁର ନିକଟ ହାଣ୍ଡିଆପଡ଼ାଠାରେ ଥିବା ଶ୍ରୀଜଗନ୍ନାଥ ଡାଲି ମିଲ୍ଟି ଫାନି ତାଣ୍ଡବରେ ସମ୍ପୂର୍ଣ୍ଣ ଧ୍ୱସ୍ତବିଧ୍ୱସ୍ତ ହୋଇ ଭାଙ୍ଗି ଚୁରମାର ହୋଇଯାଇଛି । ଏହି ପ୍ରଳୟଙ୍କାରୀ ଝଡ଼ବାତ୍ୟାରେ ମିଲ୍ର ଘର ଏବଂ ପାଚେରୀ ଭୁଶୁଡି ପଡିଛି । ଫାନି ପ୍ରଭାବରେ ଡାଲିମିଲର ଆଜବେଷ୍ଟସ ଭାଙ୍ଗିଯିବାରୁ ଘରେ ମହଜୁଦ ଥିବା ବିରି ଏବଂ ମୁଗ ବର୍ଷାରେ ଓଦାହୋଇ ସଂପୂର୍ଣ୍ଣ ନଷ୍ଟ ହୋଇ ଗଜା ହୋଇଯାଇଛି । ଏହି ଶସ୍ୟଗୁଡିକ ମେସିନ୍ରେ ପ୍ରୋସେସିଂ କରାଯାଇ ଡାଲିକୁ ଖାଦ୍ୟ ଉପଯୋଗୀ କରିବା ପରେ ଏହି ଡାଲି ଗୁଡିକ ଓଡ଼ିଶାର ବିଭିନ୍ନ ଅଞ୍ଚଳକୁ ବିକ୍ରି ପାଇଁ ପଠାଯାଇଥାଏ । ଏହି ବାତ୍ୟା ପ୍ରଭାବରେ ଡାଲି ମିଲ୍ର ମେସିନଗୁଡିକ ବର୍ଷା ପାଣିରେ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଏହି ଡାଲି ମିଲ୍ରେ ଗଚ୍ଛିତଥିବା ବିରି, ମୁଗ ଏବଂ ମେସିନର କ୍ଷୟକ୍ଷତି ଆନୁମାନିକ ପ୍ରାୟ ୪୦ରୁ ୫୦ଲକ୍ଷ ଟଙ୍କା ହେବ ବୋଲି ମିଲ୍ ମାଲିକ ମାନସ ରଞ୍ଜନ ସାହୁ ଗଣମାଧ୍ୟମକୁ ଜଣାଇଛନ୍ତି । ନଷ୍ଟ ହୋଇଥିବା ମିଲ୍ ଘରର ଆନୁମାନିକ ମୂଲ୍ୟ ପ୍ରାୟ ୧୦ଲକ୍ଷ ଟଙ୍କା ହେବ ବୋଲି ମିଲ ମାଲିକ ଅଭିଯୋଗ କରିଛନ୍ତି । ଏହି ମିଲ୍ଟି ବନ୍ଦ ହେବା ଫଳରେ ଏଠାରେ କାର୍ଯ୍ୟରତ ଶ୍ରମିକ କାମ ନପାଇ ପରିବାର ପ୍ରତିପୋଷଣ କରିପାରୁନଥିବା ଅଭିଯୋଗରୁ ଜଣାଯାଏ । ଏଥି ନେଇ ମିଲ୍ ମାଲିକ ଚିନ୍ତାରେ ଥିବାବେଳେ ଏହି ମିଲ୍ଟି ପୁନଃ କାର୍ଯ୍ୟକ୍ଷମ ପାଇଁ ବୀମା କମ୍ପାନୀ ଏବଂ ସରକାରଙ୍କ ପକ୍ଷରୁ ସହାୟତା ଯୋଗାଇ ଦେବାକୁ ଶ୍ରମିକ ଓ ମିଲ୍ ମାଲିକ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ