ହାଟଡିହି କଲେଜ ଅଧ୍ୟକ୍ଷଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା
ହାଟଡ଼ିହି : ଟଡିହି କଲେଜର ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ସ୍ୱାଇଁଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ବରିଷ୍ଠ ପ୍ରଧ୍ୟାପିକା ରୀତା ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବିଦାୟ ସମ୍ବର୍ଦ୍ଧନା ସଭାରେ ପ୍ରଧ୍ୟାପକ ଚିତରଞ୍ଜନ ରାଉତ, ଜିମୁତ ବରୁଣ ଦାସ, କବିତା ମଞ୍ଜରୀ ସୁବୁଦ୍ଧିରାୟ, ହେମନ୍ତ କୁମାର ସାହୁ, ରବି ନାରାୟଣ ବିଶ୍ୱାଳ, ବୃନ୍ଦାବନ ଜେନା, ରବିନ୍ଦ୍ର ଜେନା, ଚକ୍ରଧର ସାହୁ, ଗୌରାଙ୍ଗ ଚରଣ ନାୟକ, ଗଙ୍ଗାଧର ପରିଡା ପ୍ରମୁଖ ଉପସ୍ଥିତ ରହି ଅଧ୍ୟକ୍ଷ ଶ୍ରୀ ସ୍ୱାଇଁଙ୍କ କର୍ମମୟ ଜୀବନ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଯୁକ୍ତତିନି ଛାତ୍ରଛାତ୍ରୀଙ୍କ ପକ୍ଷରୁ ମଧ୍ୟ ଅଧ୍ୟକ୍ଷଙ୍କୁ ଉତ୍ତରୀୟ ଓ ମାନପତ୍ର ଦିଆଯାଇ ସମ୍ବର୍ଦ୍ଧନା ଦିଆଯାଇଥିଲା । ଅଧ୍ୟକ୍ଷ ଶ୍ରୀଯୁକ୍ତ ସ୍ୱାଇଁ ଦୀର୍ଘ ୨୭ବର୍ଷ ହେଲା ହାଟଡିହି କଲେଜରେ ଅଧ୍ୟାପକ ଓ ଭାରପ୍ରାପ୍ତ ଅଧ୍ୟକ୍ଷ ଭାବେ ନିଜ ଦାୟିତ୍ୱକୁ ସୁଚାରୁରୁପେ ସମ୍ପାଦାନ କରିବା ସହ ଛାତ୍ରଛାତ୍ରୀଙ୍କ ପ୍ରୀୟପାତ୍ର ହୋଇ କଲେଜକୁ ଶୃଙ୍କଳିତ ଭାବେ ପରିଚାଳନା କରି ପାରିଥିଲେ । ଏହି ସଭାରେ କଲେଜର ସମସ୍ତ ଅଧ୍ୟାପକ, କର୍ମଚାରୀ ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି ଅଧ୍ୟକ୍ଷଙ୍କ ଗୁଣଗାନ କରିବା ସହିତ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।