ଗାଁ କୁ ଫେରିଲା ଦାଦନ ଶବ
କଳାହାଣ୍ଡି:କଳାହାଣ୍ଡି ଜିଲ୍ଲା ପାଇଁ ଦାଦନ ଶବ୍ଦ ଯେମିତି ଦେହସୁହା ହୋଇ ଗଲାଣି, ପ୍ରତି କିଛିଦିନ ବ୍ୟବଧାନ ରେ ରାଜ୍ୟ ବାହାରୁ ମୃତ ଦାଦନ ଙ୍କ ଶବ ଗାଁ1ମୁହାଁ ହେଉଛି, ପେଟପାଟଣା ପାଇଁ ଯାଇଥିବା ଶ୍ରମିକ ମାନେ କେତେବେଳେ ମାଲିକ ଦ୍ୱାରା ନିର୍ଯ୍ୟାତନାର ଶିକାର ହେଉଛନ୍ତି ତ କେତେବେଳେ ଦୁର୍ଘଟଣା ରେ ଜୀବନ ହାରୁଛନ୍ତି, କୋକସରା ବ୍ଲକ ବଡ ପୋଡ଼ାଗୁଡା ର ଜଣେ ଯୁବକ ହେମରାଜ ଦୁର୍ଗା ତେଲେଙ୍ଗାନା ହାଇଦ୍ରାବାଦ ର ଏକ ଠିକାସଂସ୍ଥା ରେ ଶ୍ରମିକ ଭାବେ ଘର ନିର୍ମାଣ କାମ ରେ ନିୟୋଜିତ ଥିବା ବେଳେ ଗତ ୩ ଦିନ ତଳେ ୪ ମହଲା ଛାତ ଉପରୁ ଖସି ମୃତ୍ୟୁ ହୋଇଥିଲା, ତାଙ୍କୁ ସାଥି ଶ୍ରମିକ ସ୍ଥାନୀୟ ଡାକ୍ତରଖାନା ନେଇ ଭର୍ତ୍ତି କରିଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ କମ୍ପାନୀ ରେ କାମ କରୁଥିବା ମୃତ ଦାଦନ ଶ୍ରମିକ ର ବଡଭାଇ କମ୍ପାନୀ ସହାୟତା ରେ ଏକ ଆମୁଲେନ୍ସ ରେ ଗାଁ କୁ ଆଣି ପହଂଚିବା ପରେ ଗାଁ ରେ ଶୋକାକୁଳ ପରିବେଶ ଦେଖା ଦେଇଛି।