ବାଲେଶ୍ୱରରେ ଇଣ୍ଟରନ୍ୟାସନାଲ ଯୁବ ବ୍ୟାଙ୍କ କର୍ମଶାଳା ଅନୁଷ୍ଠିତ

ବାଲେଶ୍ୱର, : ଯୁବ ବିକାଶ ଫାଉଣ୍ଡେଶନ୍ ଆନୁକୂଲ୍ୟରେ ପ୍ରଥମ ଥର ପାଇଁ ବାଲେଶ୍ୱରରେ ନୋସିସ୍ଥିତ ବୈଠକ ଭବନରେ ଯୁବ ବ୍ୟାଙ୍କର କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ସୁଦୂର ଇଂଲଣ୍ଡରୁ ପିଟର ଲିଟିଲ୍ ଏବଂ ହେଲେନା ହାବ୍‌ଦିଜା ଯୋଗ ଦେଇଥିଲେ । କର୍ମଶାଳାରେ ନୋସିର ସମ୍ପାଦକ ହରିଶ୍ ପଟେଲ, ଓଡିଶା ଫୋଲୋଅପ୍‌ର ସଭାପତି ବାଇସପ୍ ଡିବି ହୃଦୟ, ଶିଳ୍ପୀ କେଶୁ ଦାସ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗ ଦେଇଥିଲେ । ଏଥିରେ ରଘୁନାଥ ଦାସ, କବିତା ମଲ୍ଲିକ, ସଂଗ୍ରାମ ପରିଡା, କାର୍ତ୍ତିକ ଚନ୍ଦ୍ର ପଟେଲ, ଶିଳ୍ପାରାଣି ଦାସ, ଅଭିଷେକ ମିଶ୍ର, ସସ୍ମିତା ମାଝି, ସ୍ୱସ୍ତିକ କୁମାର ଦେ, ପୂଜା ପାଟେଲ ଫାଲ୍ଗୁନି ପଟେଲ ତଥା ବହୁ ଯୁବକ ଯୁବତୀମାନେ ଉପସ୍ଥିତ ଥିଲେ । ଉକ୍ତ କର୍ମଶାଳାରେ ଯୁବ ବିକାଶ ଫାଉଣ୍ଡେସନର ମୁଖ୍ୟ ଗୋବିନ୍ଦ ବଲ୍ଲଭ ଦଳେଇ ସଭାପତିତ୍ୱ କରିଥିଲା ବେଳେ ମୁଖ୍ୟ ଅତିଥି ଭାବେ ପିଟର ଲିଟିଲ୍ ଏବଂ ହେଲେନା ହାବଦିଜା ଯୁବ ବ୍ୟାଙ୍କ କିପରି ସାମାଜିକ ଅଭିବୃଦ୍ଧିରେ ସହାୟକ ଏବଂ ଯୁବ ସମାଜର ବିକାଶରେ କେତେ ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପାଦନ କରିପାରେ ତାହା ସମ୍ବନ୍ଧରେ ବୁଝାଇଥିଲେ । ଯୁବ ବ୍ୟାଙ୍କର ସାହାଯ୍ୟରେ ଯୁବ ସମାଜ ସ୍ୱାବଲମ୍ବୀ ହୋଇ ସମାଜର ପୁଣି ନିଜର ଏବଂ ନିଜ ପରିବାରର ଅଭିବୃଦ୍ଧିରେ ସହାୟକ ହୋଇପାରିବେ ବୋଲି ସେମାନେ କହିଥିଲେ । ଖେଳ ଏବଂ ବିଭିନ୍ନ ଦଳଗତ ଆଲୋଚନା ମାଧ୍ୟମରେ ଯୁବ ସମାଜ ଯୁବ ବ୍ୟାଙ୍କର ବ୍ୟବହାର ଏବଂ ଉପକାରିତା ବିଷୟରେ ଶିକ୍ଷା କରିଥିଲେ ଏବଂ ଭାରତର ପ୍ରମୁଖ ଯୁବ ବ୍ୟାଙ୍କ ବାଲେଶ୍ୱର ସହରରୁ ଯୁବ ବିକାଶ ଫାଉଣ୍ଡେସନ୍‌ର ପ୍ରତିନିଧିତ୍ୱରେ ଆରମ୍ଭ ହେବାକୁ ଯାଉଅଛି ବୋଲି ସେମାନେ ମତବ୍ୟକ୍ତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ