ବେଦାନ୍ତ ଲାଞ୍ଜିଗଡ଼ ୟୁନିଟ୍ ପକ୍ଷରୁ ଗୋଷ୍ଠୀ ତଥା କର୍ମଚାରୀ ଉନ୍ନୟନ କାର୍ଯ୍ୟକ୍ରମ

ଲାଞ୍ଜିଗଡ଼, (ଯୁଗାଦ୍ଦ ନ୍ୟୁଜ) : ବେଦାନ୍ତ ଲିମିଟେଡ୍ ଲାଞ୍ଜିଗଡ଼ ୟୁନିଟ୍ ପକ୍ଷରୁ ୨ ଦିନ ବ୍ୟାପି ଗୋଷ୍ଠୀ ତଥା କର୍ମଚାରୀଙ୍କ ପାଇଁ ଅବସର ବିନୋଦନ ତଥା ଉନ୍ନୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାୟଗଡ଼ା ଏବଂ କଳାହାଣ୍ଡି ଜିଲ୍ଲାରେ ପ୍ଲାଂଟ୍ରେ ନିୟୋଜିତ ଥିବା କର୍ମଚାରୀ ଏବଂ ସେମାନଙ୍କର ପରିବାର ସଦସ୍ୟ ଯୋଗ ଦେଇଥିଲେ । ବେଦାନ୍ତ ଆଲୁମିନା ବିଜନେସ୍ର ନବ ନିଯୁକ୍ତ ସିଇଓ ରାହୁଲ ଶର୍ମା ଏହାର ଉଦ୍ଘାଟନ କରିଥିଲେ । ଏଥିରେ ପ୍ଳାଂଟ୍ରେ କାର୍ଯ୍ୟରତ ଓଡ଼ିଶା ଶିଳ୍ପ ସୁରକ୍ଷା ବଳ(ଓଆଇଏସ୍ଏଫ୍) କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟ ଯୋଗ ଦେଇଥିଲେ । ପ୍ରଥମ ଦିନ କାର୍ଯ୍ୟକ୍ରମର ଉଦ୍ଘାଟନ ହୋଇଥିବାବେଳେ ଦ୍ୱିତୀୟ ଦିନ କର୍ମଚାରୀଙ୍କ ପରିବାର ସଦସ୍ୟ ସେମାନଙ୍କ ସଫଳତାର କାହାଣୀ ସମବେତ ଲୋକଙ୍କ ସମ୍ମୁଖରେ ବଖାଣିଥିଲେ । ସେମାନେ ବେଦାନ୍ତ ପରିବାରର ସଦସ୍ୟ ହୋଇଥିବାରୁ ଗର୍ବିତ ବୋଲି ସ୍ୱୀକାର କରିଥିଲେ । ଏହି ଅବସରରେ ବେଦାନ୍ତ ଲିମିଟେଡ୍ ଆଲୁମିନା ବିଜନେସ୍ ସିଇଓ ରାହୁଲ ଶର୍ମା କହିଲେ, ଏଭଳି ଏକ ଅନନ୍ୟ କାର୍ଯ୍ୟକ୍ରମ ଆୟୋଜନ କରି ଆମେ ବେଶ୍ ଆନନ୍ଦିତ । ଏହାଦ୍ୱାରା କମ୍ପାନୀ ଏବଂ କର୍ମଚାରୀଙ୍କ ମଧ୍ୟରେ ବନ୍ଧନ ସୁଦୃଢ଼ ହୋଇପାରିବ । ଏହି କାର୍ଯ୍ୟକ୍ରମ ଦ୍ୱାରା ସଂସ୍କୃତି ସୁରକ୍ଷା ସମ୍ଭବ ହୋଇପାରିବ । ଆମେ କର୍ମଚାରୀ ପରିବାର ସଦସ୍ୟଙ୍କୁ ଏଥିରେ ଯୋଗଦେଇଥିବାରୁ ଧନ୍ୟବାଦ୍ ଜଣାଉଛୁ । ଏହାଦ୍ୱାରା କର୍ମଚାରୀଙ୍କ ପତ୍ନୀ, ପୁଅ ଝିଅମାନଙ୍କର କିଭଳି ବିକାଶ ହୋଇପାରିବ ସେମାନଙ୍କ ନିଜ ମୁଖରୁ ଶୁଣିବାର ଅବସର ଲାଭ କରିଛୁ । ସିଇଓ ଶର୍ମା ଯୋଗଦେଇଥିବା ଶତାଧିକ ସଦସ୍ୟଙ୍କ ସହିତ ବାର୍ତାଳାପ କରି ଗତ ୧୪ ବର୍ଷ ମଧ୍ୟରେ କଳାହାଣ୍ଡିରେ ବେଦାନ୍ତ ଦ୍ୱାରା କିଭଳି ଉନ୍ନତି ମୂଳକ କାର୍ଯ୍ୟକ୍ରମ ହୋଇପାରିଛି ସେ ସମ୍ପର୍କରେ ଆଲୋଚନା କରିଥିଲେ । ଉପସ୍ଥିତ ସଦସ୍ୟ ବେଦାନ୍ତ ଦ୍ୱାରା ସ୍ଥାନୀୟ ଅଂଚଳରେ ବିକାଶ ମୂଳକ କାର୍ଯ୍ୟକ୍ରମ ହେଉଥିବା ମୁକ୍ତ କଣ୍ଠରେ ସ୍ୱୀକାର କରିଥିଲେ । ଏହାଦ୍ୱାରା ସ୍ଥାନୀୟ ଅଂଚଳର ଆର୍ଥିକ ବିକାଶ ସମ୍ଭବ ହୋଇଥିବା ପ୍ରକାଶ କରିଥିଲେ । ବେଦାନ୍ତ ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ସ୍ଥାନୀୟ ଅଂଚଳର ତଥା କର୍ମଚାରୀଙ୍କ ବିକାଶକୁ ଗୁରୁତ୍ୱ ଦେଇଥାଏ । ଏହା ଆଗାମୀ ଦିନରେ ମଧ୍ୟ ଜାରି ରହିବ । ସୂଚନାଯୋଗ୍ୟ, ବେଦାନ୍ତ ଅଏଲ୍ ଓ ଗ୍ୟାସ୍, ଜିଙ୍କ୍, ଲେଡ୍, ସିଲଭର, କପର, ଆଇରନ୍ ଓର୍, ଆଲୁମିନିୟମ୍ ଏବଂ କମରସିଆଲ ପାୱାର କ୍ଷେତ୍ରରେ କାର୍ଯ୍ୟକରିଥାଏ । ଏହାର ଭାରତ ସହିତ ଦକ୍ଷିଣ ଆଫ୍ରିକା, ନାମିବିଆ, ଅଷ୍ଟ୍ରେଲିଆ, ଅୟାରଲାଣ୍ଡ୍, ଲାଇବେରିଆ ଏବଂ ଶ୍ରୀଲଙ୍କାରେ ନିଜର ଉପସ୍ଥିତି ଜାହିର କରିପାରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ