୮ଜଣଙ୍କୁ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ ସାହାଯ୍ୟ

ପାରଳାଖେମୁଣ୍ଡି (ତାରିଣୀ ପ୍ରସାଦ ପଣ୍ଡା) : ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ ଗୃହ ଠାରେ ଜିଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଜିଲାପାଳ ଅନୁପମ ସାହା ଅଭିଯୋଗ ଶୁଣାଣୀରେ ଉପସ୍ଥିତ ରହି ବିଭିନ୍ନ ଅଭିଯୋଗ ବିଷୟରେ ପ୍ରତ୍ୟେକ୍ଷ ଭାବେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ ମୋଟ ୧୧୫ଗୋଟି ଅଭିଯୋଗ ଦରଖାସ୍ତ ହୋଇଥିବାବେଳେ ସେଥିରୁ ୧୦୬ଗୋଟି ବ୍ୟକ୍ତିଗତ ଏବଂ ୯ଗୋଟି ଗୋଷ୍ଠୀଗତ ଅଭିଯୋଗ ଶୁଣାଣୀ ହୋଇଥିଲା । ମୋଟ ୨୦ଗୋଟି ଅଭିଯୋଗ ଘଟଣାସ୍ଥଳରେହିଁ ଶୁଣାଣୀ କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିରୁ ୮ଜଣଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଥିବାବେଳେ ରେଡକ୍ରସ ସହାୟତା ପାଣ୍ଠିରୁ ୩ଜଣଙ୍କୁ ୧୫ହଜାର ଟଙ୍କା ସହାୟତା ରାଶି ଦେବାପାଇଁ ନିର୍ଦ୍ଦେଶ ହୋଇଥିଲା । କାର୍ଯ୍ୟକ୍ରମରେ ଜିଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା, ଅତିରିକ୍ତ ଜିଲାପାଳ ଜ୍ଞାନରଂଜନ ଭଂଜଦେଓ ପ୍ରମୁଖ ଉପସ୍ଥିତଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ