ମଙ୍ଗଳବାର ଦ୍ୱିତୀୟ ଦିନରେ ମଧ୍ୟ ଚାଲିଲାନି ଉଭୟ ଗୃହ

ନୂଆଦିଲ୍ଲୀ : ମଙ୍ଗଳବାର ଦ୍ୱିତୀୟ ଦିନ ମଧ୍ୟ ଦିଲ୍ଲୀ ହିଂସା ପ୍ରସଙ୍ଗକୁ ନେଇ ବିରୋଧୀ ଦଳର ସଦସ୍ୟମାନଙ୍କ ଦ୍ୱାରା ହୋ ହଲ୍ଲା ଯୋଗୁ ସଂସଦର ଉଭୟ ଗୃହରେ କୌଣସି କାର୍ଯ୍ୟ ସମ୍ଭବପର ହୋଇପାରିନାହିଁ। ଫଳରେ ଲୋକସଭା ଓ ରାଜ୍ୟସଭାକୁ ଅପରାହ୍ନ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ଦିଲ୍ଲୀ ହିଂସା ଉପରେ ଲୋକସଭାରେ ଆଲୋଚନା ଦାବି କରି ବିରୋଧ ପ୍ରଦର୍ଶନ ପରେ ବାଚସ୍ପତି ମଧ୍ୟାହ୍ନ ପର୍ଯ୍ୟନ୍ତ ଗୃହ ମୁଲତବୀ ଘୋଷଣା କରିବା ପରେ ପୁନର୍ବାର ଗୃହ କାର୍ଯ୍ୟ ଆରମ୍ଭ କରିବା ମାତ୍ରେ ବିରୋଧୀ ସଦସ୍ୟମାନେ ପୁନର୍ବାର ସରକାର ବିରୋଧୀ ସ୍ଲୋଗାନ ଦେବା ସହ ହୋ ହଲ୍ଲା କରିଥିଲେ ଫଳରେ ବାଚସ୍ପତି ଗୃହକୁ ଅପରାହ୍ନ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି । ମଙ୍ଗଳବାର ଗୃହ କାର୍ଯ୍ୟ ଆରମ୍ଭ ହେବ ମାତ୍ରେ କଂଗ୍ରେସ, ଡିଏମକେ, ଟିଏମସି, ବାମପନ୍ଥୀ, ବିଏସପି ଏବଂ ଏସପି ସମେତ ବିରୋଧୀ ସଦସ୍ୟମାନେ ଦିଲ୍ଲୀ ହିଂସା ପ୍ରସଙ୍ଗ ଉଠାଇଥିଲେ। ବାଚସ୍ପତି ଓମ ବିର୍ଲା କହିଥିଲେ ଯେ ଗୃହ ଚଳାଇବାକୁ ଅନୁମତି ଦିଆଯିବା ଉଚିତ ଏବଂ ଏହି ପ୍ରସଙ୍ଗ ପ୍ରଶ୍ନ କାଳ ପରେ ବିଚାରକୁ ନିଆଯିବ। ତେବେ ବିରୋଧୀ ସଦସ୍ୟମାନେ ସେମାନଙ୍କ ଦାବିରୁ ନଓହରି ବା ସତ୍ତ୍ଵ ସରକାର ଏହି ପ୍ରସଙ୍ଗରେ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହାଁନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ଯେ ଏହି ପ୍ରସଙ୍ଗ ଶୂନ୍ୟ କାଳରେ ଆଲୋଚନା ପାଇଁ ଗ୍ରହଣ କରାଯାଇପାରିବ। ସେ କହିଛନ୍ତି ଯେ ଏହି ପ୍ରସଙ୍ଗରେ ଆଲୋଚନା କରିବା ନେଇ ସରକାରଙ୍କର କୌଣସି ଆପତ୍ତି ନାହିଁ ଏବଂ ହିଂସା ପ୍ରଭାବିତ ଅଞ୍ଚଳରେ ସ୍ୱାଭାବିକ ଅବସ୍ଥା ଫେରାଇ ଆଣିବା ହେଉଛି ପ୍ରାଥମିକତା। ବାଚସ୍ପତି ଓମ ବିର୍ଲା ଚେତାବନୀ ଦେଇଛନ୍ତି ଯେ ଯଦି ବିରୋଧୀ ଦଳର ସଦସ୍ୟମାନେ ଟ୍ରେଜେରୀ ବେଞ୍ଚ ଆଡକୁ ପାର ହେବାକୁ ଚେଷ୍ଟା କରନ୍ତି ତେବେ ସେମାନଙ୍କୁ ସଂସଦର ଚଳିତ ଅଧିବେଶନର ବଳକା କାର୍ଯ୍ୟଦିବସରେ ଭାଗ ନେବାକୁ ଦିଆଯିବ ନାହିଁ। ଗୃହରେ ପ୍ଲାକାର୍ଡ ପ୍ରଦର୍ଶନ ନେଇ ମଧ୍ୟ ସେ ଆପତ୍ତି ପ୍ରକାଶ କରିଛନ୍ତି। ଅନୁରୂପ ଭାବେ ରାଜ୍ୟସଭାରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା ଫଳରେ ଅଧ୍ୟକ୍ଷ ଗୃହକୁ ଅପରାହ୍ନ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି। ଦିଲ୍ଲୀ ହିଂସାକୁ ବିରୋଧୀ ବିରୋଧ ପରେ ମଙ୍ଗଳବାର ସକାଳେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଅର୍ଥ ରାଜ୍ୟ ମନ୍ତ୍ରୀ ଅନୁରାଗ ଠାକୁର ତାଙ୍କ ମନ୍ତ୍ରଣାଳୟ ସମ୍ବନ୍ଧୀୟ ତଥ୍ୟ ଉପସ୍ଥାପନ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ କଂଗ୍ରେସ ସଦସ୍ୟ ଦିଲ୍ଲୀ ବିଧାନସଭା ନିର୍ବାଚନ ସମୟରେ ତାଙ୍କ ମନ୍ତବ୍ୟକୁ ବିରୋଧ କରି ହୋ ହଲ୍ଲା କରିଥିଲେ। ପରେ ଉଭୟ ସରକାରୀ ଓ ବିରୋଧୀ ସଦସ୍ୟଙ୍କ ମଧ୍ୟରେ ବାଦାନୁବାଦ ହେବାରୁ ଅଧ୍ୟକ୍ଷ ଏମ. ଭେଙ୍କୟା ନାଇଡୁ ଗୃହ ମୁଲତବି ଘୋଷଣା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ