କୁମ୍ଭକର୍ଣ୍ଣ ପରି ନିଦରେ ଶୋଇରହୁଥିବା ଗାଁ
(ଯୁଗାଦ୍ଦ ନ୍ୟୁଜ), କୁମ୍ଭକର୍ଣ୍ଣ ମାସ ମାସ ଶୋଉଥିଲେ ବୋଲି ସମସ୍ତେ ଜାଣନ୍ତି । ତେବେ ଏପରି ଏକ ଗାଁ ଅଛି ଯେଉଁଠି ଲୋକେ ଅନେକ ଦିନ ପର୍ଯ୍ୟନ୍ତ ଶୋଇ ରୁହନ୍ତି । ଗାଁଟି ହେଉଛି କାଜାଖାସ୍ତାନର କାଲାଚି । ଗାଁର ଚାରି ଭାଗରୁ ଏକ ଭାଗ ଲୋକ ଅନେକ ଦିନ ପର୍ଯ୍ୟନ୍ତ ଶୋଇ ରୁହନ୍ତି । ଆଉ ଯେବେ ସେମାନେ ଉଠନ୍ତି ମୁଣ୍ଡବିନ୍ଧା, ବାନ୍ତି ଲାଗିବା ସହ ଅନେକାଂଶରେ ସ୍ମରଣଶକ୍ତି ବି ହରାଇ ବସିଥାଆନ୍ତି । କୁହାଯାଉଛି ସେମାନେ ଏକପ୍ରକାର ନିଦ୍ରାରୋଗରେ ଆକ୍ରାନ୍ତ । ୨୦୧୩ରୁ ଏହି ରୋଗରେ ଏଠାକାର ଗ୍ରାମବାସୀ ଆକ୍ରାନ୍ତ ହୋଇଛନ୍ତି । ଯଦ୍ୱାରା ଅନେକ ଗ୍ରାମବାସୀ ଏକାଥରେ ଅନେକ ଦିନ ଶୋଇ ରୁହନ୍ତି । ଉକ୍ତ ରୋଗର କାରଣ ଜାଣିବା ପାଇଁ ଏଠାକାର ଜଳ, ବାୟୁ, ଖାଦ୍ୟ ଓ ଲୋକଙ୍କ ଉପରେ ୨୦ ହଜାରରୁ ଊଦ୍ଧ୍ୱର୍ ପରୀକ୍ଷା ହୋଇସାରିଲାଣି । ହେଲେ କୌଣସି ଫଳାଫଳ ମିଳିପାରିନାହିଁ । ସ୍ଥାନୀୟ ବାସିନ୍ଦା ଭାବନ୍ତି ଗାଁ ନିକଟରେ ଥିବା ସୋଭିଏତ ଯୁଗର ପରିତ୍ୟକ୍ତ ହୋଇ ପଡ଼ିରହିଥିବା ୟୁରାନିୟମ୍ ଖଣି ଏହି ରୋଗର କାରଣ ।