୩୮ ଜଣ ସଭ୍ୟଙ୍କ ବାଜିମାତ୍
ବନ୍ତ(ଯୁଗାଦ୍ଧ ନ୍ୟୁଜ୍):ବନ୍ତ ବ୍ଲକ ବସନ୍ତିଆ ଗ୍ରାମ ପଞ୍ଚାୟତର ୨୭ନଂ.ପାଣି ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏହି ନିର୍ବାଚନ ପ୍ରାକ୍ତନ ବ୍ଲକ ବିଜେଡି ଉପସଭାପତି ଆନନ୍ଦ ଚନ୍ଦ୍ର ଓଝାଙ୍କ ନେତୃତ୍ୱରେ ଏବଂ ପ୍ରତିଦ୍ୱନ୍ଦୀ ଭାବେ ବର୍ତ୍ତମାନର ବିଜେଡି ସମର୍ଥକଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ୧୪ଟି ସୋଠରେ ୪୨ଟି ଚକ କମିଟି ସଭ୍ୟ ପଦରୁ ଶ୍ରୀ ଓଝାଙ୍କ ନେତୃତ୍ୱରେ ୩୮ ଜଣ ସଭ୍ୟ ଜିତି ଥିବା ବେଳେ ପ୍ରତିଦ୍ୱନ୍ଦୀଙ୍କର ୪ ଜଣ ସଭ୍ୟ ଜିତି ଥିଲେ । ୨ୟ ପର୍ଯ୍ୟାୟରେ କାର୍ଯ୍ୟ ନିର୍ବାହୀ କମିଟିକୁ ୧୪ଟି ଆସନରୁ ଶ୍ରୀ ଓଝାଙ୍କ ନେତୃତ୍ୱରେ ୧୨ ଜଣ ସଭ୍ୟ ଜିତି ଥିବା ବେଳେ ପ୍ରତିଦ୍ୱନ୍ଦୀଙ୍କର ୨ ଜଣ ଜିତିଛନ୍ତି । ଶେଷ ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଥିବା ସଭାପତି, ସମ୍ପାଦକ, କୋଷାଧ୍ୟକ୍ଷ ନିର୍ବାଚନ ଶ୍ରୀ ଓଝାଙ୍କ ନେତୃତ୍ୱ ସପକ୍ଷରେ ଯିବ ବୋଲି ନିଶ୍ଚିତ ହୋଇଥିବା ଜଣାଯାଇଛି ।