ବଞ୍ଚୋରୁ ଶାଳୁଆପତିନି ଉଦ୍ଧାର

ହାଟଡ଼ିହି:ହାଟଡିହି ବ୍ଲକ ବଞ୍ଚୋ ଗ୍ରାମରୁ ଆଜି ଏକ ଶାଳୁଆପତିନି କୁ ଜଂଗଲ ବିଭାଗ ଉଦ୍ଧାର କରିଛି । ଶାଳୁଆପତିନି ପୁରୁଣା ବ୍ୟାଙ୍କ କାର୍ଯ୍ୟାଳୟ ନିକଟରେ ଥିବା ଏକ ବାଡିରେ ଥିବା ସକାଳୁ ସ୍ଥାନୀୟ ଲୋକମାନେ ଦେଖିଥିଲେ । ସେମାନେ ଏ ସମ୍ପର୍କରେ ହଦଗଡ ବନ ବିଭାଗକୁ ସୁଚନା ଦେଇଥିଲେ । ହଦଗଡ ରେଞ୍ଜର ସୁମିତ ମହାନ୍ତି , ବନରକ୍ଷୀ ଦେବସ୍ମିତା ରାଉତ ଓ ସ୍କ୍ୱାଡର କର୍ମଚାରୀମାନେ ବଞ୍ଚୋରେ ପହଞ୍ଚି ଶାଳୁଆପତିନିକୁ ଉଦ୍ଧାର କରି ହଦଗଡ ବନଖଣ୍ଡ କାର୍ଯ୍ୟାଳୟକୁ ନେଇଥିଲେ । ତାର ଏକ ଗୋଡରେ ଆଘାତ ଲାଗିଥିବାରୁ ପଶୁଚିକିତ୍ସକଙ୍କୁ ଡକାଯାଇ ଚିକିତ୍ସା କରାଯାଉଥିବା ରେଞ୍ଜର ସୁଚନା ଦେଇଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ