୪୫ ଓ୬୮ନଂ ପାଣି ପଞ୍ଚାୟତ ଚକ କମିଟି ନିର୍ବାଚନ ଅନୁଷ୍ଠିତ
ହାଟଡ଼ିହି:ବିଦ୍ୟାଧରପୁର ଜଳସମ୍ପଦ ଉପଖଣ୍ଡ ପକ୍ଷରୁ ଆଜି ୪୫ ନଂ ବିରଞ୍ଚି ନାରାୟଣ ପାଣିପଞ୍ଚାୟତ ଇଞ୍ଚୋଳ ଓ ୬୮ନଂ ରମେଶ୍ୱର ପାଣିପଞ୍ଚାୟତ ନୂଆରମ୍ପାସର ଚକ କମିଟି ପାଇଁ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ହୋଇଥିଲା । ଛେନାପଦି ଜଳସେଚନ ବିଭାଗ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ନିର୍ବାଚନରେ ପ୍ରିଜାଇଡିଂ ଅଫିସର ଭାବେ କନିଷ୍ଠଯନ୍ତ୍ରୀ ସେନାପତି ନାୟକ, ପୁଲିଙ୍ଗ ଅଫିସର ଭାବେ କର୍ମଚାରୀ ନିତ୍ୟାନନ୍ଦ ରଣା, ରଞ୍ଜନ ନାୟକ, କୋଦଣ୍ଡ ଜେନା, ବଟକୃଷ୍ଣ ଜେନା, ଦୁର୍ଯ୍ୟୋଧନ ଜେନା, ନରହରି ନାୟକ, ଭଗବାନ ଜେନା ପ୍ରମୁଖ ନିର୍ବାଚନ ପରିଚାଳନା କରିଥିଲେ । ୪୫ ନଂ ବିରଞ୍ଚି ନାରାୟଣ ପାଣିପଞ୍ଚାୟତ ଇଞ୍ଚୋଳର ୧୭ଟି ଆଉଲେଟ ପାଇଁ ୧୭ଜଣ ସଭ୍ୟ ନାମାଙ୍କନପତ୍ର ଦାଖଲ କରିଥିବାବେଳେ ୬୮ନଂରମେଶ୍ୱର ପାଣିପଞ୍ଚାୟତ ନୂଆରମ୍ପାସର ୧୮ଟି ଆଉଟଲେଟ ପାଇଁ ୧୮ଜଣ ଚାଷୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ କରିବାରୁ ବିନା ପ୍ରତିଦ୍ୱନ୍ଦିତାରେ ନିର୍ବାଚିତ ହେବା ନିଶ୍ଚିତ ହୋଇଯାଇଛି । ଏହି ନିର୍ବାଚନରେ ୪୫ନଂ ପାଣିପଞ୍ଚାୟତର କୃଷ୍ଣଚନ୍ଦ୍ର ସାମଲ, ପାର୍ବତୀ ବାରିକ, ରୁକ୍ମଣୀ ନାୟକ, ଗୋଲେଖ ଚନ୍ଦ୍ର ପଣ୍ଡା, ସୋମନାଥ ପଣ୍ଡା, ମାଳତୀ ସେନାପତି, ଗୌରାଙ୍ଗ ପାତ୍ର, ମାଳତୀ ସେନାପତି, ନିରାକାର ମହାପାତ୍ର, ସରସ୍ୱତୀ ଖଣ୍ଡେଇ, ଶ୍ୟାମସୁନ୍ଦର ବେହେରା, ଚିତ୍ତରଞ୍ଜନ ନାୟକ, ସନାତନ ରାଉତ ଶ୍ୟାମଦୁନ୍ଦର ବେହେରା, ୬୮ନଂ ପାଣି ପଞ୍ଚାୟତ ପାଇଁ ସୁଦର୍ଶନ ନାୟକ, ଲକ୍ଷ୍ମୀପ୍ରୀୟା ନାୟକ, ସୁଦର୍ଶନ ଜେନା, ରୁକ୍ମଣୀ ରାଉତ, ମାମିନା ପରେଇ, କୌଶଲ୍ୟା ଜେନା, ସୁଧାକର ସ୍ୱାଇଁ, ନାରାୟଣ ସାହୁ, ଲକ୍ଷ୍ମଣ ଜେନା, ନରହରି ଜେନା, ଅକ୍ଷୟ ସେନାପତି, କିଶୋର ଚନ୍ଦ୍ର ସାହୁ, ଉଦ୍ଧବ ଜେନା, ମୋହନ ଚରଣ ସାହୁ, ପ୍ରଦୀପ ଖୁଣ୍ଟିଆ ପ୍ରମୁଖ ଚାଷୀମାନେ ପାର୍ଥିପତ୍ର ଦାଖଲ କରିଥିଲେ । ନନ୍ଦିପଦା ପୁଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା