ଅଗ୍ନି ବିପନ୍ନଙ୍କୁ ଡ.ତିରୁପତି ପାଣିଗ୍ରାହୀଙ୍କ ଆର୍ଥିକ ସାହାଯ୍ୟ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ଗୋପାଳପୁର ଗ୍ରାମର ଅଗ୍ନିକାଣ୍ଡ ଦ୍ୱାରା ବିପନ୍ନ ହୋଇଥିବା ପରିବାରଙ୍କୁ ଆର୍ଥିକ ସାହାଯ୍ୟ ପ୍ରଦାନ କରିଥିବା ଜଣାଯାଇଛି । ଗୋପାଳପୁର ଗ୍ରାମରେ ଅଗ୍ନିକାଣ୍ଡ ଘଟି ୫ଗୋଟି ଘର ସମ୍ପୁର୍ଣ୍ଣ ଭାବେ ପୋଡି ପାଉଁଶ ହୋଇଯାଇଥିଲା । ଏଥିରେ ସମସ୍ତ ଆସବାସ ପତ୍ର ସହ ଖାଦ୍ୟ ସାମଗ୍ରୀ ସବୁ କିଛି ପୋଡି ଯାଇଥିଲା । ପାରଳା ସ୍ୱାଭିମାନ ମଞ୍ଚ ତଥା ହାଇଟେକ୍ ଗ୍ରୁପର ଅଧ୍ୟକ୍ଷ ଡ.ତିରୁପତି ପାଣିଗ୍ରାହୀ ଏହି ଅଞ୍ଚଳ ଗ୍ରସ୍ତ କରି ବିପନ୍ନଙ୍କୁ ଭେଟି ଆଶ୍ୱାସନା ଦେବା ସହ ପ୍ରତ୍ୟେକ ପରିବାରକୁ ୩ହଜାର ଟଙ୍କା ଲେଖାଏଁ ଆର୍ଥିକ ସାହାଯ୍ୟ ପ୍ରଦାନ କରିଥିଲେ । ଆବାସିକ ଯୋଜନାରେ ଏହି ବିପନ୍ନଙ୍କୁ ପକ୍କା ଘର ଯୋଗାଇ ଦେବା ପାଇଁ ପ୍ରଶାସନକୁ ଡ.ପାଣିଗ୍ରାହୀ ଅନୁରୋଧ କରିଛନ୍ତି । ଡ.ପାଣିଗ୍ରାହୀଙ୍କ ସହ ଗାବରା ତିରୁପତି ରାଓ,ଏମ୍ କ୍ରିଷ୍ଣା,ବି.ବାଲାରାଜୁ,ସୁର୍ଯ୍ୟନାରାୟଣ ପାତ୍ର,ବାପି ପଣ୍ଡା ପ୍ରମୁଖ ଗୋପାଳପୁର ଗ୍ରାମର ଅଗ୍ନି ବିପନ୍ନଙ୍କୁ ଭେଟିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ