ଚୋରା ଲୁହାପଥର ବୋଝେଇ ଟ୍ରକ ଜବତ

ଯୋଡ଼ା (ଯୁଗାଦ୍ଦ) ଯୋଡା ଥାନା ଅନ୍ତର୍ଗତ ବେହେରା ହାଟିଂ ନିକଟରେ ମଙ୍ଗଳବାର ବିଳମ୍ବିତ ରାତିରେ ଚୋରା ଲୁହାପଥର ବୋଝେଇ କରୁଥିବା ବେଳେ ପୋଲିସ ଚଢାଉ କରି ଏକ ଟ୍ରକକୁ ଜବତ କରିଥିବା ଜଣାପଡିଛି । ଯୋଡା ଆଇଆଇସି ରାଇସେନ୍ ମୁର୍ମୁଙ୍କଠାରୁ ମିଳିଥିବା ସୂଚନାନୁଯାୟୀ ଜଣାପଡିଛି ଯେ, ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ ୨.୩୦ ମିନିଟ ସମୟରେ ବେହେରା ହାଟିଂ ଠାରେ ଥିବା ଏକ କ୍ରସର ନିକଟରେ ୧୦ ଚକିଆ ଟ୍ରକ ନଂ ଡବ୍ଲୁବି ୩୭ ବି ୨୦୬୪ ରେ ଉନ୍ନତ ମାନର ସାଇଜ୍ ଲୁହାପଥର ବୋଝେଇ କରୁଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଆଇଆଇସି ରାଇସେନ୍ ମୁର୍ମୁ ସଦଳବଳେ ଚଢାଉ କରିଥିଲେ । ଏହି ଚଢାଉ ବେଳେ ଅନ୍ଧାରର ସୁଯୋଗ ନେଇ ଟ୍ରକର ଡ୍ରାଇଭର ଏବଂ ଏହି କାରବାରରେ ସଂପୃକ୍ତ ଥିବା ଅନ୍ୟ ଚୋରମାନେ କୌଶଳ କ୍ରମେ ଖସିଯାଇଥିଲେ । ପୋଲିସ ଅଧାରୁ ଅଧିକ ଉନ୍ନତମାନର ସାଇଜ୍ ଲୁହାପଥର ବୋଝେଇ ହୋଇଥିବା ଟ୍ରକକୁ ଜବତ କରିଥିଲା । ଚୋରା ଲୁହାପଥର ବୋଝେଇ ହୋଇଥିବା ସ୍ଥାନକୁ ଲାଗି ଏସେଲ ମାଇନିଂ ର ଆପାହତ ଖଣି ଏବଂ ଓଏମ୍‌ସି ଖଣି ମଧ୍ୟ ରହିଛି । ତେବେ ଏହି ଜବତ ହୋଇଥିବା ଖଣିଜ କାହାର କିମ୍ବା କେଉଁଠାରୁ ଆସିଲା ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଥିବା ଆଇଆଇସି ରାଇସେନ୍ ମୁର୍ମୁ ସୂଚନା ଦେଇଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ