ଫନିର ତାଣ୍ଡବରେ ସବୁଜ ବାଲୁଖଣ୍ଡ ମରୁଭୂମି ପାଲଟିଛି

ପୁରୀ (ଜୁଗାବ୍ଦ ନ୍ୟୁଜ୍‍): ଗତ ୩ ତାରିଖରେ ମହାବାତ୍ୟା ଫାନି ପୁରୀ ଜିଲ୍ଳାରେ ବ୍ୟାପକ କ୍ଷୟକ୍ଷତି ଗରିଥିବବାେଳେ ପୁରୀ ବାଲୁଖଣ୍ଡ ଅଭୟାରଣ୍ୟକୁ ଧ୍ୱସ୍ତ ବିଧ୍ୱସ୍ତ କରିଦେଇଛି । ସଦାସର୍ବଦା ସବୁଜ ପତ୍ରରେ ବିକଶିତ ଅଭୟାରଣ୍ୟ ଏବେ ମରୁଭୂମି ପାଲଟିଛି । ଫାନିର ପ୍ରକୋପରେ ବିଶାଳକାୟ ବାଲୁଖଣ୍ଡରେ ଗୋଟିଏ ଗଛ ବି ବର୍ତ୍ତି ପାରିନି । ସବୁ ଫାନିର ପ୍ରକୋପରେ ଧ୍ୱଂସ ହୋଇଯାଇଛି । ଏହି ଅଭୟାରଣ୍ୟରେ ହଜାର ହଜାର ପଶୁପକ୍ଷୀ ଆଶ୍ରୟ ନେଇ ରହିଥିବାବେଳେ ଆଜି ସେମାନେ ରହିବାକୁ ସ୍ଥାନ ନାହିଁ । ଅନ୍ୟପକ୍ଷରେ ବାଲୁଖଣ୍ଡର ଲକ୍ଷ ଲକ୍ଷ ଗଛ ବାତ୍ୟାରେ ବ୍ୟାପକ କ୍ଷତି ହେଲାପରେ ଏବେ ଅସହାୟ ହୋଇପଡ଼ିଛନ୍ତି ପଶୁପକ୍ଷୀ । ପୁରୀଠାରୁ ଚନ୍ଦ୍ରଭାଗା ପର୍ଯ୍ୟନ୍ତ ଲମ୍ବିଥିବା ଅଭୟାରଣ୍ୟ ଏବେ ଥୁଣ୍ଟା ଗଛ ହୋଇ ଚାହିଁ ରହିଛି । କେବେ ପୁଣି ଏହି ବାଲୁଖଣ୍ଡ ଅଭୟାରଣ୍ୟ ସବୁଜପତ୍ରରେ ଉଲ୍ଲସିତ ହେବ ତାହା କେବଳ ସମୟକୁ ଅପେକ୍ଷା ।
ବୋଲଗଡ଼ରେ ଅଷ୍ଟପ୍ରହର ନାମଯଜ୍ଞ
ବୋଲଗଡ଼(ଜୁଗାବ୍ଦ ନ୍ୟୁଜ୍‍): ବୋଲଗଡ଼ ଗଣେଶ ବଜାର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ୬୫ତମ ବାର୍ଷିକ ଅଷ୍ଟପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ବୈଶାଖମାସ କୃଷ୍ଣପକ୍ଷ ଅକ୍ଷୟ ତୃତୀୟା ତିଥୀ ମଙ୍ଗଳବାର ଅଧିବାସ ହୋଇଥିବାବେଳେ ବୁଧବାର ନାମଯଜ୍ଞ ରୀତିନୀତି ଅନୁଯାୟୀ ହରିପୁର ପାଟଣା ବୃନ୍ଦାବନ ବିହାରୀ ମଠ ମହନ୍ତ ମହାରାଜ ପୁରଷୋତ୍ତମ ଦାସକାର୍ଯ୍ୟ ସମ୍ପାଦନ କରିଥିଲେ । ଏହି ଅଷ୍ଟପ୍ରହର କାର୍ଯ୍ୟକ୍ରମରେ ବୋଲଗଡ଼ ରାମଚଣ୍ଡୀ ନାମ ଦଳ, ଗଡବାଣିକିଲୋ, କୃଷ୍ଣପଲ୍ଲୀ ନାମ ଦଳ ମଣ୍ଡଳ,ସଂପୁର ମହିଳା ନାମ ଦଳ, ତରବାଲୁଅ ମହିଳା ମଣ୍ଡଳ, ପାଟପୁର ମହିଳା ମଣ୍ଡଳ ଓ ରଖପଲ୍ଲୀ ମହିଳା ମଣ୍ଡଳ ଏହିପରି ମୋଟ ୮ଟି ଦଳ ନାମ ସଙ୍କୀର୍ତ୍ତନରେ ଅଂଶଗ୍ରହଣ କରିଥିଲେ । ବିଶେଷକରି ଗଡବାଣିକିଲୋ ନାମ ଦଳ ପକ୍ଷରୁ ନାଟକ କାଳୀୟ ଦଳନ ବିଷୟରେ ନାମ ସଙ୍କୀର୍ତ୍ତନ କରି ବେଶ୍ ପ୍ରଶଂସିତ ହୋଇଥିଲେ । କାର୍ଯ୍ୟକ୍ରମରେ ରବିନ୍ଦ୍ର କୁମାର ପରିଡା, ଜୟକୃଷ୍ଣ ଦଳବେହେରା, ବିନୋଦ ବିହାରୀ ରାମ, ଭକ୍ତବଲ୍ଲଭ ପଟ୍ଟନାୟକ, ରଘୁନାଥ ଦଳବେହେରା, ଦୟାନିଧି ମଙ୍ଗରାଜ ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ