ଚୋରି ସୁନା ରୂପା ଜବତ ୪ ଗିରଫ
ଚୌଦ୍ଵାର,(ସଞ୍ଜୀବ କୁମାର ତିୱାରୀ):ଚୈଦ୍ବାର ଥାନା ଅନ୍ତର୍ଗତ ସାନଚାଞ୍ଚୋ ଗ୍ରାମର ସଚିତ୍ର ମହାପାତ୍ରଙ୍କର ଘରୁ ଗତ ନଭେମ୍ବର ମାସ ୨୮ ତାରିଖରେ ବ୍ୟାପକ ପରିମାଣର ସୁନା ରୂପା ଚୋରି ହୋଇଥିବା ଚୈଦ୍ବାର ଥାନାରେ ଅଭିଯୋଗ ହୋଇଥିଲା।ଉକ୍ତ ଅଭିଯୋଗ କୁ ଭିତ୍ତିକରି ଚୈଦ୍ବାର ପୋଲିସ ତଦନ୍ତ ଜାରି ରଖିଥିଲା।ଗତକାଲି ଚୈଦ୍ବାର ପୋଲିସ ଏକ ବିଶେଷ ସୃତ୍ରରୁ ଖବର ପାଇଁ କେନ୍ଦ୍ରପଡା ଅଞ୍ଚଳରେ ଚଢାଉ କରି ୪ ଜଣ ଲୁଟେରାଙ୍କୁ ଗିରଫ କରିଛି।ସେମାନେ ହେଲେ କେନ୍ଦ୍ରାପଡା ଅଞ୍ଚଳର ଇଛାପୁର ଗ୍ରାମର ବାବୁନା ଦାସ (୨୮)ରଞ୍ଜନ ଦାସ ବଡଝରିଆ ଗ୍ରାମର ଦିପକ ଦାସ,ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ରାହାମାର ନିରଞ୍ଜନ ସାହୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ୬ ଟି ମୋବାଇଲ ଫୋନ , ନଗଦ ୩୨୪୫୦ ଟଙ୍କା ,୧୦ କେଜିରୁ ଉର୍ଧ ରୂପା ୬୯ ଗ୍ରାମରୁ ଅଧିକ ସୁନା ଜବତ କରି କୋର୍ଟ ଚାଲଣ କରିଥିବା ବେଳେ ରାଜ୍ୟର ବିଭିନ୍ନ ଜିଲ୍ଲାର ସୁନା ଦୋକନୀ ଚୋରୀ ଓ ଘର ଲୁଟ ଭଳି ଘଟଣାରେ ଏମାନଙ୍କ ସଂପୃକ୍ତି ଥିବା ପୋଲିସ ପ୍ରକାଶ କରିଛି ।