ସେକେଣ୍ଡ ପ୍ରତି ୮.୭୧ କିମି ବେଗରେ ପୃଥିବୀ ଆଡ଼କୁ ମାଡ଼ି ଆସୁଛି ବିପଦ !
ନୂଆଦିଲ୍ଲୀ : ଚଳିତ ବର୍ଷ ଏପ୍ରିଲା ୨୯ତାରିଖରେ ବିପଦ ନେଇ ପୃଥିବୀ ଆଡ଼କୁ ମାଡ଼ିଆସୁଛି ଉଲ୍କା ପିଣ୍ଡ ବା ଆଷ୍ଟ୍ରଏଡ୍ ବା ଗ୍ରହାଣୁ ଖଣ୍ଡ । ନାସାର ମତ ଅନୁଯାଇ ଏହାର ଓସାର ୧.୧ରୁ ୨.୫ ମାଇଲ୍ ବୋଲି କୁହାଜାଇଛି । ଯଦି ଏହା ପୃଥିବି କୁ ଧକା ଦିଏ କିମ୍ବା ପୃଥିବି ର ଅତି ନିକଟରୁ ଗତି କରେ ଏହା ବିଶ୍ୱ ସ୍ତରରେ ବଡ଼ ପ୍ରଭାବ ପକାଇବା ସମ୍ଭାବନା ରହିଛି । ଏଭଳି ସାଂଘାତିକ ତଥ୍ୟ ନାସା ପକ୍ଷରୁ ଦିଆଯାଇ ଥିବା ବେଳେ କୌଣସି ସଠିକ ତଥ୍ୟ ଦିଆଯାଇନାହିଁ । ଏହା ର ନାମକରଣ କରାଯାଇଛି ୫୨୭୬୮ (୧୯୯୮ ଓଆର୨) । ଏହା ୧୯୯୮ ମସିହାରେ ପ୍ରଥମେ ଠାବ କରାଯାଇଥିଲା ସୂଚନା ଦିୟା ଯାଇଛି । ଏହା ପୃଥିବୀ ଠାରୁ ପ୍ରାୟ ୩,୯୦୮,୭୯୧ ମାଇଲ ପାଖ ଦେଇ ଯିବା ସମ୍ଭାବନା ରହିଛି । ଏହି ସମୟରେ ଏହାର ବେଗ ଘଣ୍ଟା ପ୍ରତି ୧୯,୪୬୧ ମାଇଲ ବା ସେକେଣ୍ଡ ପ୍ରତି ୮.୭୧ କିମି ରହିବ। ନାସା ସେଣ୍ଟର୍ର ନିଅର ଆର୍ଥ ଅବ୍ଜେକ୍ଟ ଷ୍ଟଡିଜ୍ ପକ୍ଷରୁ କୁହାଯାଉଛି, ବୁଧବାର ଏପ୍ରିଲ ୨୯ ତାରିଖ ସକାଳ ୪.୫୬ ବେଳକୁ ଅତିକ୍ରମ କରିବାର ସମ୍ଭାବନା ରହିଛି । ଏହା ନାସାର ସାମ୍ଭାବ୍ୟ ବିପଦ ପୁର୍ଣ ତାଲିକାରେ ସ୍ଥାନ ପାଇନାହିଁ। ଏହି ତାଲିକାରେ ଆଗାମୀ ୧୦୦ ବର୍ଷ କଥା ଉଲ୍ଲେଖ ରହିଥିଲେ ମଧ୍ୟ ଏହି ନିର୍ଦ୍ଦିଷ୍ଟ ‘ଆଷ୍ଟ୍ରଏଡ୍’ ବା ଗ୍ରହାଣୁ ସ୍ଥାନ ନେଇ ସେମିତି ସୂଚନା ନାହିଁ । ତେବେ ଆଗାମୀ ଏପ୍ରିଲ ମାସରେ ଆସିବାକୁ ଥିବା ଆଷ୍ଟ୍ରଏଡ୍ ସର୍ବକାଳୀନ ବୃହତ୍ ଗ୍ରହାଣୁ ନୁହେଁ । ପୂର୍ବରୁ ୨୦୧୭ ମସିହା ସେପ୍ଟେମ୍ବର ମାସ ୧ ତାରିଖରେ ପୃଥିବୀ ପାଖ ଦେଇ ଯାଇଥିବା ୩୧୨୨ ଫ୍ଲୋରେନ୍ସ (୧୯୮୧ ଇଟି୩) ପାଖରେ ଏହି ରେକର୍ଡ ରହିଛି। ଜ୍ୟୋତିର୍ବିଦ୍ଙ୍କ କହିବା ଅନୁଯାୟୀ, ଏହି ଗ୍ରହାଣୁ ୧୦୦ ବର୍ଷରେ ୫୦ ହଜାର ଆଷ୍ଟ୍ରଏଡ୍ରୁ ଗୋଟିଏ ଅଟେ । ଏହା ପୃଥିବୀରେ ମାଡ଼ ହେବାର ଯଥେଷ୍ଟ ସମ୍ଭାବନା ଯତେଷ୍ଟ୍ ରହିଛି। ନାସାର ମତ ଅନୁଯାୟୀ ଏଭଳି ବୃହତ ଗ୍ରହାଣୁ କମ୍ ଥର ମାଡ଼ ହେଲେ ମଧ୍ୟ ବଡ଼ କ୍ଷତି ଘଟାଇପାରେ । ଏହା ଫଳରେ ପୃଥିବୀରେ ଭୂକମ୍ପ, ସୁନାମି ଏବଂ ଅନ୍ୟ ପ୍ରାକୃତିକ ବିପର୍ଯ୍ୟୟର କାରଣ ପାଲଟି ପରେ ବୋଲି ସେମାନେ ମତଦେଇଛନ୍ତି । ଦେଖିବାକୁ ଗଲେ ପୂର୍ବରୁ ଡାଇନୋସରଙ୍କୁ ମୂଳପୋଛ କରିଥିବା ଗ୍ରହାଣୁର ଓସାର ୧୦ କିଲୋମିଟର ରହିଥିବା ସୂଚନା ରହିଛି ।


