ବଞ୍ଚୋଛକରେ ବିଜୁବାବୁଙ୍କ ଜୟନ୍ତୀ
ହାଟଡ଼ିହି : ହାଟଡିହି ବ୍ଲକ ବଞ୍ଚୋଛକ ଠାରେ ବିଜୁବାବୁଙ୍କ ୧୦୪ତମ ଜୟନ୍ତୀ ପାଳିତ ହୋଇଯାଇଛି । ବରିଷ୍ଠ ବିଜେଡି ନ୍ତୋ ମାର୍କଣ୍ଡ ଚରଣ ଓଝାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୁର୍ବତନ ବ୍ଲକ ବିଜେଡି ସଭାପତି ଅକ୍ଷୟ କୁମାର ବରାଳ, ପୁର୍ବତନ ଅକରୁଆ ସରପଞ୍ଚ ବିଶ୍ୱନାଥ ଖଟୁଆ, ଅକରୁଆ ପଞ୍ଚାୟତର ସମିତିସଭ୍ୟ ମନୋଜ ଜେନା, ଅନାଦି ଚରଣ ବରାଳ, ଜୀବନ କୁମାର ଜେନା, ଜୀବନ ସାମଲ, ସନ୍ତୋଷ କୁମାର ରାଉତ, ସତ୍ୟବ୍ରତ ଖଣ୍ଡା, ଅଭିଜିତ ଜେନାଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ବିଜୁବାବୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ ।