ମନସ୍କାମନା ପୂର୍ଣ୍ଣ ହେବାର ନିର୍ଦ୍ଦିଷ୍ଟ ସମୟ
(ଯୁଗାଦ୍ଦ ନ୍ୟୁଜ) , ସମସ୍ତଙ୍କର କିଛି ନା କିଛି ମନସ୍କାମନା ଥାଏ । ଯାହାକୁ ପୂରଣ କରିବା ପାଇଁ ଲୋକମାନେ ପରିଶ୍ରମ କରନ୍ତି । କିଛି ଲୋକ ଅଛନ୍ତି ମନସ୍କାମନା ପୂରଣ ପାଇଁ ପୂଜାପାଠ କରନ୍ତି । ଶାସ୍ତ୍ରବିତଙ୍କ କହିବା ଅନୁଯାୟୀ ମନସ୍କାମନା ପୂରଣ କରିବାର ଏକ ସହଜ ଉପାୟ ରହିଛି । ଏକ ନିର୍ଦ୍ଦିଷ୍ଟ ଦିନ ରହିଛି ଯେଉଁ ଦିନ ମନସ୍କାମନା ରଖିଲେ ପୂରଣ ହୁଏ । ସାତଟି ଦ୍ୱିତୀୟା ଚନ୍ଦ୍ର ଦର୍ଶନ କରି ଯଦି କିଛି ମାଗିବେ ତେବେ ତାହା ପୂରଣ ହେବ ।
ଦ୍ୱିତୀୟା ଚନ୍ଦ୍ର କ’ଣ: ଅମାବାସ୍ୟା ହେଉଛି ଶୂନ । ଅମାବାସ୍ୟା ପରଦିନ ହେଉଛି ପ୍ରତିପଦ । ଏହା ହେଉଛି ଏକ । ପ୍ରତିପଦ ପରଦିନ ଦ୍ୱିତୀୟା । ଏହି ଦ୍ୱିତୀୟା ଚନ୍ଦ୍ର ଆକାଶର ପଶ୍ଚିମ ଦିଗକୁ ସଂଧ୍ୟା ୫ଟା ରୁ ୭ଟା ମଧ୍ୟରେ ଆସନ୍ତି । ଏହି ସମୟରେ ଚନ୍ଦ୍ର ଦର୍ଶନ କରି ଯାହା ମାଗିବେ ତାହା ପୂରଣ ହେବ ।