କାବୁଲ୍‌ରେ ଗୁଳିମାଡ : ୩୨ମୃତ, ୫୦ରୁ ଉର୍ଦ୍ଧ୍ବ ଆହତ

କାବୁଲ୍‌ : ଆଫଗାନିସ୍ତାନର ରାଜଧାନୀ କାବୁଲରେ ଶୁକ୍ରବାର ଏକ କାର୍ଯ୍ୟକ୍ରମରେ ଗୁଳିମାଡ଼ ହେବାରୁ ଅତି କମରେ ୩୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ପୋଲିସ୍‌ ଦୁଇ ବନ୍ଧୁକଧାରୀଙ୍କୁ ନିହତ କରିଛି । ଇସଲାମିକ ଷ୍ଟେଟ ସହ ଜଡ଼ିତ ଏକ ଗ୍ରୁପ ନିଜର ୱେବସାଇଟରେ ଏହି ଆକ୍ରମଣ ପାଇଁ ଦାୟୀ ବୋଲି କହିଛି। ଆଫଗାନିସ୍ଥାନରେ ଶିୟା ହାଜ୍‌ରା ନେତା ଅବ୍ଦୁଲ୍‌ ଅଲୀ ମଜାରୀଙ୍କ ପୁଣ୍ୟତିଥି ଅବସରରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ୧୯୯୫ ମସିହାରେ ତାଙ୍କୁ ହତ୍ୟା କରାଯାଇଥିଲା । ଏଥିରେ ସାମିଲ୍‌ ହୋଇଥିବା ବହୁତ ଲୋକେ ସିୟା ସମୁଦାୟର ରହିଥିଲେ। ନିକଟରେ ଆମେରିକା ଓ ତାଲିବାନ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ବୁଝାମଣା ହୋଇଥିବାବେଳେ ଏହି ଗୁଳିକାଣ୍ଡ ଘଟିଛି । ଆଫାଗାନିସ୍ଥାନ ଗୃହମନ୍ତ୍ରାଳୟର ପ୍ରବକ୍ତାଙ୍କ କହିବା ଅନୁସାରେ ଏହି ଆକ୍ରମଣ ଘଟଣାରେ ୩୨ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୮୧ ଜଣ ଆହତ ହୋଇଛନ୍ତି । ତେବେ ଆଫଗାନିସ୍ଥାନର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଏହି ଆକ୍ରମଣରେ ୩୨ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫୮ଜଣଙ୍କର ଆହତ ହୋଇଥିବାର ସୂଚନା ଦେଇଛନ୍ତି । ଏହି ଆକ୍ରମଣରେ ଜଣେ ସାମ୍ବାଦିକ ଓ ଫଟୋଗ୍ରାଫର୍‌ ସାମିଲ୍‌ ରହିଛନ୍ତି । ଆଫଗାନିସ୍ତାନର ହାଇ ପିସ୍‌ କାଉନ୍‌ସିଲ୍‌ର ମୁଖ୍ୟ କରୀମ ଖଲୀଲୀ ଭାଷଣ ଦେବା ସମୟରେ ଗୁଳି ମାଡ ଆରମ୍ଭ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ