ଯୁବକଙ୍କ ଆତ୍ମହତ୍ୟା
ଯୋଡ଼ା ଯୁଗାଦ୍ଦ) କେନ୍ଦୁଝର ଜିଲା ଯୋଡା ସହରର କମାରଯୋଡା ହୁଡିସାହିଠାରେ ଭଡା ଘରେ ରହୁଥିବା ଦୀପକ କାରୁଆ(୨୧) ଫାଶି ଲଗାଇ ଆତ୍ମହତ୍ୟା କରିଥିବା ଖବର ହସ୍ତଗତ ହୋଇଛି । ପୋଲିସଠାରୁ ମିଳିଥିବା ସୂଚନାନୁଯାୟୀ , ଜଣାପଡିଛି ଯେ, ଚମ୍ପୁଆ ଅଂଚଳର ଦୀପକ କାରୁଆ ହୁଡିସାହିଠାରେ ଏକ ଭଡା ଘରେ ରହୁଥିଲେ । ଶନିବାର ସକାଳ ସମୟରେ ଘରର କବାଟ ବହୁ ସମୟ ଧରି ବନ୍ଦ ରହିବା ଫଳରେ ସ୍ଥାନୀୟ ଲୋକେ ସନ୍ଦେହ କରି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହନଚି କବାଟ ଖୋଲିିବା ପରେ ଘର ଭିତରେ ଦୀପକ କାରୁଆ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲା । ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ସୂଚନା ଦେଇଛି । ତେବେ ଘରୋଇ କଳହରୁ ଏହି ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିବା ପୋଲିସ ସୂଚନା ଦେଇଛି ।