ବିଜୁବାବୁଙ୍କ ୧୦୪ତମ ଜୟନ୍ତୀରେ କେନ୍ଦ୍ରାପଡା ବ୍ଲକ ପକ୍ଷରୁ ସ୍ୱେଛାକୃତ ରକ୍ତଦାନ ଶିବିର : ୧୦୫ୟୁନିଟ ରକ୍ତ ସଂଗ୍ରହ
କେନ୍ଦ୍ରାପଡା ପଂଚାୟତୀରାଜ ଦିବସ ସମାରୋହ ଓ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜୟନ୍ତୀ ଅବସରରେ କେନ୍ଦ୍ରାପଡା ପଂଚାୟତ ସମିତି ପକ୍ଷରୁ ଶନିବାର ପୂର୍ବାହ୍ନରେ ବ୍ଲକର ବିଜୁ ପଟ୍ଟନାୟକ ସମ୍ମିଳନୀ କକ୍ଷରେ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ରକ୍ତଦାନ ଶିବିରକୁ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ବେହେରା କହିଥିଲେ ଯେ ରକ୍ତଦାନ ଠାରୁ ଆଉ ମହତ ଦାନ କିଛି ନାହିଁ । ଜଣେ ରକ୍ତଦାନ କରି ଅନ୍ୟର ଜୀବନ ବଂଚାଇ ପାରୁଛି । ତେଣୁ ଏଭଳି ମହତ କାର୍ଯ୍ୟ ଦ୍ୱାରା ସାରା ସମାଜକୁ ପ୍ରେରଣା ମିଳିବ ବୋଲି ସେ କହିଥିଲେ । ଏହି ଶିବିରରେ ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା, ବ୍ଲକ ଉପାଧ୍ୟକ୍ଷା ସ୍ନେହଲତା ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟା ଜ୍ୟୋସ୍ôନାରାଣୀ ଜେନା, ଦେବାଶିଷ ଦାସ, ବିଡିଓ ସୁଧିର କୁମାର ସିଂ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ପ୍ରେରଣା ଦେଇଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରକ୍ତଭଣ୍ଡାର କର୍ମଚାରୀ ଏବଂ ଡା. ବିକାଶ କୁମାର ଦାସଙ୍କ ସହଯୋଗରେ ଆୟୋଜିତ ଏହି ସ୍ୱେଛାକୃତ ରକ୍ତଦାନ ଶିବିରରେ ୧୦୫ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସରପଂଚ ଗାୟତ୍ରୀ ମହାନ୍ତି, ରିନା ମଳିକ, ପ୍ରଦ୍ୟୁମ୍ନ କୁମାର ଜେନା, ପୀତବାସ ବେହେରା, ବସନ୍ତ ରାଉତ, ପୂଣ୍ଣେନ୍ଦୁ ପ୍ରେମାନନ୍ଦ ଘଡାଇ, ଶୁସିଳା ରାଉତ, ଗଗନବିହାରୀ ସାହୁ, ନିରୂପମା ପ୍ରଧାନ, ଟୁନା ମଳିକ, ସୀତାସୁନ୍ଦରୀ ମଳିକ, ଜୀନତପ୍ରୀୟଦର୍ଶିନି ରାଉତ, ଧରଣୀଧର ଦାସ, ସମିତି ସଭ୍ୟା/ସଭ୍ୟା ସନ୍ତୋଷ ବେହେରା, ଶିବ ପ୍ରସାଦ ବିଶ୍ୱାଳ, ହେମନ୍ତ ବିଶ୍ୱାଳ, ରେଣୁବାଳା ସାହୁ, ପ୍ରଦୀପ୍ତ ମହାନ୍ତି, ବ୍ଲକ ବିଜେଡି ସଭାପତି ଆଲୋକ ସାହୁ, ଦୈତାରୀ ଜେନା, ଅଶୋକ ବରାଳ, ସିରାଜ ଖାଁ, ଦେବ ପ୍ରସାଦ ପାଣି, ବିକାଶ ଦଳାଇ, ନରୋତ୍ତମ ମଳିକ, ବିଜୁ ଯୁବ ବାହିନୀ ସଂଯୋଜକ ଲକ୍ଷ୍ମୀଧର ମଳିକଙ୍କ ସମେତ ବ୍ଲକର ଗ୍ରାମପଂଚାୟତ ସଂପ୍ରସାରଣ ଅଧିକାରୀ ଅନିରୁଦ୍ଧ ବେହେରା, ସହକାରୀ ଯନ୍ତ୍ରୀ ପରମାନନ୍ଦ ନାୟକ, ଆକୁଳି ଚରଣ ସାହୁ , ଆଦିତ୍ୟ ଲେଙ୍କା ପ୍ରମୁଖ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ । ବିଜେଡି ଯୁବ ସଭାପତି ରାଜେଶ ପଣ୍ଡା ୨୫ତମ ଥର ପାଇଁ ଏହି ଶିବିରରେ ରକ୍ତଦାନ କରିଥିଲେ ।