କୋରୋନାରୁ ବର୍ତ୍ତିବା ପାଇଁ ଯୋଗ

କୋରୋନା ଭାଇରସ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି। ଏଥିରୁ ରକ୍ଷା ପାଇବା ପାଇଁ ଆପଣଙ୍କ ପାଖରେ ଅନେକ ବିକଳ୍ପ ରହିଛି। କୋରୋନାରୁ ରକ୍ଷା ପାଇବା ଲାଗି ଭାରତୀୟଙ୍କୁ ଲଗାତର ଆଡଭାଇଜର ଜାରି କରାଯାଉଛି। ଯାହାକୁ ଆପଣାଇବା ବହୁତ ଆବଶ୍ୟକ। କିଛି ଦିନ ତଳେ ଯୋଗଗୁରୁ ବାବା ରାମଦେବ କହିଛନ୍ତି ଯେ ଯୋଗ କରି ଏହି କୋରୋନା ଭାଇରସରୁ ରକ୍ଷା ପାଇପାରିବେ। ବାବା ରାମଦେବ ଏପରି ୩ଟି ପ୍ରାଣାୟମର ନାମ କହିଛନ୍ତି। ଏହି ଯୋଗ କରି କୋରୋନା ଭାଇରସର ଶିକାର ହେବାରୁ ରକ୍ଷା ପାଇପାରିବେ। ଡାକ୍ତର ଓ ବୈଜ୍ଞାନିକଙ୍କ ଦ୍ବାରା କରାଯାଇଥିବା ଗବେଷଣାର ଫଳାଫଳରେ ମଧ୍ୟ ଏହା ଅନେକ ମାତ୍ରାରେ ଠିକ୍‌ ବୋଲି ଜଣାପଡ଼ିଛି। ଚାଲନ୍ତୁ ଜାଣିବା କେଉଁ ପ୍ରାଣାୟମ କରି ଏହି ଭାଇରସ କବଳରୁ ରକ୍ଷା ପାଇପାରିବେ।
କୋରୋନା ଭାଇରସରୁ କିପରି ବଞ୍ଚାଇବ ଯୋଗ
ପ୍ରାଣାୟମ ସମ୍ପର୍କରେ ଜାଣିବା ପୂର୍ବରୁ ଜାଣିବା ଓ ବୁଝିବା ଦରକାର ଏହା କିପରି କୋରୋନା ଭାଇରସରୁ ରକ୍ଷା କରିବ। ସୂଚନାଯୋଗ୍ୟ ଯେ ଯେଉଁ ଲୋକମାନଙ୍କର ରୋଗପ୍ରତିରୋଧକ ଶକ୍ତି ଦୁର୍ବଳ ଥିବା ଲୋକଙ୍କୁ କୋରୋନା ଭାଇରସର ସଂକ୍ରମଣ ଶୀଘ୍ର ହୋଇଯାଏ। ନ୍ୟାସନାଲ ସେଣ୍ଟର ଫର୍‌ ବାୟୋଟେକ୍ନୋଲୋଜି ଇନ୍‌ଫରମେସନ୍‌ ଦ୍ବାରା କରାଯାଇଥିବା ଏକ ଗବେଷଣାରେ କୁହାଯାଇଛି ଯେ ପ୍ରାଣାୟମ ମାଧ୍ୟମରେ ରୋଗପ୍ରତିରୋଧକ ଶକ୍ତିକୁ ମଜବୁତ କରାଯାଇପାରିବ। ଏହି କାରଣରୁ ବାବା ରାମଦେବଙ୍କ ଦ୍ବାରା ପରାମର୍ଶ ଦିଅଯାଇ ଥିବା ପ୍ରାଣାୟମ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ମଜବୁତ କରି ଆପଣ କୋରୋନା ଭାଇରସରୁ ରକ୍ଷା ପାଇବାରେ ସାହାଯ୍ୟ କରିବ।
କପାଳ ଭାତି
କପାଳ ଭାତି ପ୍ରଚଳିତ ପ୍ରାଣାୟମ ଅଟେ। ଏହି ପ୍ରାଣାୟମକୁ କରିବା ପ୍ରକ୍ରିୟାରେ ନିଶ୍ବାସ ନେବା ଆଣିବା କରିଥାନ୍ତି। ପ୍ରତ୍ୟେକ ଦିନ ପାଖାପାଖି ୫ ମିନିଟ୍‌ ଯାଏ ପ୍ରାଣାୟମ କରିବା ଫଳରେ ରୋଗପ୍ରତିରୋଧକ କ୍ଷମତା ମଜବୁତ ହୋଇଥାଏ। ଏପରି କରିବା ଦ୍ବାରା କୌଣସି ବି ପ୍ରକାରର ସଂକ୍ରମଣରୁ ରକ୍ଷା ମିଳିପାରିବ।
କେମିତି କରିବେ
ପ୍ରଥମେ ଏକ ମ୍ୟାଟ୍‌ ବିଛାନ୍ତୁ। ଏବେ ଏହା ପୂର୍ବରେ ବସି ଯାଆନ୍ତୁ। ନିଃଶ୍ବାସ ନିଅନ୍ତୁ ଓ ପେଟ ଉପରେ ଜୋର୍‌ ଦେଇ ଜୋର୍‌ରେ ନିଃଶ୍ବାସ ଛାଡ଼ନ୍ତୁ। ପ୍ରତିରୋଧକ କ୍ଷମତା ମଜ୍‌ବୁତ କରିବା ଲାଗି ଏହି ପ୍ରାଣାୟମ ପ୍ରତ୍ୟେକ ଦିନ ସକାଳ ଓ ସନ୍ଧ୍ୟାରେ ୫ ମିନିଟ୍‌ ଯାଏ କରନ୍ତୁ।
ଅନୁଲୋମ ବିଲୋମ
ଅନୁଲୋମ ବିଲୋମ ଆପଣଙ୍କ ସାଧାରଣ ରୂପେ ହେଉଥିବା ଥଣ୍ଡା କାଶ ହୋଇ ନ ଥାଏ। ସୂଚନାଯୋଗ୍ୟ ଯେ ଅନୁଲୋମ ବିଲୋମ ପ୍ରାଣାୟମ କରିବା ଦ୍ବାରା ଶ୍ବସନ ପ୍ରକ୍ରିୟା ଉତ୍ତମ ହୋଇଥାଏ। ଏହାବ୍ୟତୀତ ଡାକ୍ତରଙ୍କ ଗବେଷଣା ମୁତାବକ ଏହି ପ୍ରାଣାୟମ ଆପଣଙ୍କ ଶରୀରର ରୋଗପ୍ରତିରୋଧକ ଶକ୍ତି ମଜବୁତ ହୋଇଥାଏ।
କେମିତି କରିବେ
ଏକ ଶାନ୍ତ ବାତାବରଣରେ ଯୋଗ ମ୍ୟାଟ୍‌ ବିଛାନ୍ତୁ। ଏବେ ନିଜର ବାମ ହାତକୁ ଆଙ୍ଗୁଠିରେ ବାମ ନାକ ଛିଦ୍ରକୁ ବନ୍ଦ କରନ୍ତୁ। ଡାହାଣ ଛିଦ୍ରରେ ନିଶ୍ବାସ ନିଅନ୍ତୁ। ଏବେ ଡାହାଣ ନାକ ଛିଦ୍ରକୁ ନିଜର ଏକ ଆଙ୍ଗୁଠିରେ ବନ୍ଦ କରନ୍ତୁ। ବାମ ନାକ ଛିଦ୍ର ଜରିଆରେ ନିଶ୍ବାସ ପ୍ରଶ୍ବାସ ନିଅନ୍ତୁ। କୋରୋନା ଭାଇରସ ସଂକ୍ରମଣରୁ ବଞ୍ଚିବା ଲାଗି ଏହି ପ୍ରାଣାୟମ ୫ ମିନିଟ୍‌ ଯାଏ କରନ୍ତୁ।
ଭସ୍ତ୍ରିକା ପ୍ରାଣାୟମ
ଭସ୍ତ୍ରିକା ପ୍ରାଣାୟମ ଜରିଆରେ ମଧ୍ୟ ଆପଣ କୋରୋନା ଭାଇରସରୁ ସଂକ୍ରମିତ ହେବାରୁ ରକ୍ଷା ପାଇପାରିବେ। ଭସ୍ତ୍ରିକା ପ୍ରାଣାୟମ କରିବା ଦ୍ବାରା ଶରୀରର କୋଷିକା ସୁସ୍ଥ ରହିଥାଏ। ଶ୍ବାସ ପ୍ରକ୍ରିୟା ସହିତ ଜଡ଼ିତ ରୋଗ ଆପଣଙ୍କୁ ହେବ ନାହିଁ। ଏଥିସହିତ ଏହାଦ୍ବାରା ଆପଣଙ୍କ ରୋଗପ୍ରତିରୋଧକ ଶକ୍ତି ମଜ୍‌ବୁତ ରହିବ। ଏହା କରିବା ଦ୍ବାରା ଆପଣ କୋରୋନା ଭାଇରସ ସଂକ୍ରମଣରୁ ରକ୍ଷା ପାଇପାରିବେ।
କେମିତି କରିବେ
ପ୍ରଥମେ ମ୍ୟାଟ୍‌ ବିଛାନ୍ତୁ। ଏବେ ଗଭୀର ନିଶ୍ବାସ ନିଅନ୍ତୁ। ଏବେ ପେଟ ଉପରେ ଜୋର୍‌ ଦେଇ ନିଶ୍ବାସ ଛାଡ଼ନ୍ତୁ। ଏହି ପ୍ରାଣାୟମକୁ ପାଖାପାଖି ୩ରୁ ୪ ମିନିଟ୍‌ ଯାଏ କରନ୍ତୁ। ଏହା ଆପଣ ସକାଳ ଓ ସନ୍ଧ୍ୟାରେ ଦୁଇ ଥର କରିପାରିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ