ଏସ୍‌ୟୁଜେ ଗଜପତି ଜିଲ୍ଲା ସାମ୍ବାଦିକ ସଂଘର ବନ୍ଧୁମିଳନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଏସ୍‌ୟୁଜେ ଗଜପତି ଜିଲ୍ଲା ସାମ୍ବାଦିକ ସଂଘ ତରଫରୁ ହୋଲି ଉତ୍ସବ ଅବସରରେ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ଆମ୍ବାଜରି ଜଳପ୍ରପାତ ଠାରେ ବନ୍ଧୁମିଲନ ଅନୁଷ୍ଠିତ ହୋଇଥିଲା । ବିଶ୍ୱରେ କୋରନା ଆତଙ୍କ ଦେଖା ଦେବା ସହ ହୋଲି ପାଳିବା ନେଇ ଦେଶୀ ରଙ୍ଗକୁ ବ୍ୟବହାରକୁ ନେଇ ଏସ୍‌ୟୁଜେ ଗଜପତି ଜିଲ୍ଲା ସାମ୍ବାଦିକ ସଂଘ ଗୁରୁତ୍ୱ ଦେଇ ଦେଶୀ ରଙ୍ଗ ଦ୍ୱାରା ହୋଲି ଉତ୍ସବକୁ ପାଳନ କରିଥିଲେ । ଏଥି ସହ ଜଳପ୍ରପାତ ଠାରେ ବଣଭୋଜି ସହ ବନ୍ଧୁମିଳନର ଆସର ଅନୁଷ୍ଠିତ ହୋଇଥିଲା । ଏସ୍‌ୟୁଜେ ଗଜପତି ଜିଲ୍ଲା ସାମ୍ବାଦିକ ସଂଘର ଜିଲ୍ଲା ସଭାପତି ଗରୁଡ ଧ୍ୱଜ ଚୌଧୁରୀ,ସାଧାରଣ ସମ୍ପାଦକ ତାରିଣୀ ପ୍ରସାଦ ପଣ୍ଡା,ସଂଘର ବରିଷ୍ଟ ସଦସ୍ୟ ଗଣେଶ ରାଜୁ,ରଶ୍ମୀରଞନ ମିଶ୍ର,ଶିଶିର ଗୌଡ,ଜଗଦୀଶ ପଣ୍ଡା,ବୀରକିଶୋର ପଟ୍ଟନାୟକ,କୃଷ୍ଣ କୁମାର ବେହେରା,ରମେଶ ପାତ୍ର,ପ୍ରଭାତ ପାତ୍ର, ଶରୋଜ ପାଣିଗ୍ରାହୀ, ପ୍ରମୁଖ ବହୁ ସାମ୍ବାଦିକ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ