ଖଟିରେ ସ୍ୱାସ୍ଥ୍ୟ ଶିବିର

ହାଟଡ଼ିହି, : ଆନ୍ତର୍ଜାତୀୟ ମହିଳା ଦିବସ ଓ ଖଟିର ସମ୍ପାଦକ ଚିତ୍ତରଞ୍ଜନ ପାତ୍ରଙ୍କ ଝିଅ ‘ସାଇ’ର ଜନ୍ମଦିନ ଅବସରରେ ହାଟଡିହି ଖଟି ପରିସରରେ ଏକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଶିବିରରେ ବାରିପଦାର ଡାକ୍ତର ବିଜୟ ନାରାୟଣ ରାଉତ ଯୋଗଦେଇ ଶତାଧିକ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ମାଗଣାରେ ଔଷଧ ବଣ୍ଟନ କରିଥିଲେ । ଲିଟୁ ରାଉତ, ଜୟଦେବ ଚକ୍ର, ପ୍ରଦୀପ ଜେନା, ଚିନ୍ମୟ ରାଉତ, ସିବୁନୁ ଜେନା, ବିଶ୍ୱଜିତ ନାୟକ, ସତ୍ୟରଞ୍ଜନ ଧଳ, ପ୍ରୀୟ ରଞ୍ଜିତ ରାଉତ, ସନ୍ଦିପ ପାତ୍ର, ଚିତ୍ତରଞ୍ଜନ ନାୟକ, ଜଗା ସେଠୀ, ରାଜୁ ମାଝୀ, ନିରଞ୍ଜନ ପହି, ସୁଶାନ୍ତ ବୈଠା, ଆଶିଷ କୁମର ନାୟକ ପ୍ରମୁଖ ଶିବିର ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ