ବିପୁଳ ପରିମାଣର କାଠ ଜବଦ

ହାଟଡ଼ିହି, : ରାମଚନ୍ଦ୍ରପୁର ଥାନା ଏସ.ଆଇ ବିଶ୍ୱଜିତ ବେହେରାଙ୍କ ନେତୃତ୍ୱରେ ନନ୍ଦିପଦା ଥାନା ଅଁରା ପଞ୍ଚାତର ତୁମ୍ବାବଣୀ ପାଟଣାରେ ଚଢ଼ାଉ କରାଯାଇ ବିପୁଳ ପରିମାଣର କାଠ ଜବଦ କରିବା ସହ ଏକ ବେଆଇନି କରତକଳକୁ ସିଲ କରିବା ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ଦୀର୍ଘଦିନ ହେବ ଏଠାରେ ଏହି ବେଆଇନି କରତକଳ ଟି ଚାଲୁଥିବାବେଳେ କିପରି ବନ ବିଭାଗ ଓ ପୁଲିସ ଜାଣିପାରୁ ନଥିଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କେନ୍ଦୁଝର ଓ ଭଦ୍ରକ ଜିଲ୍ଲା ସୀମାନ୍ତ ଅଁରା ପଞତଚାୟତର ତୁମ୍ବାବଣି ପାଟଣା ଠାରେ ଏକ ବେଆଇନି କରତକଳ ଦୀର୍ଘଦିନ ହେବ ଚାଲି ଆସୁଥିଲା । ଏଠାରେ ଟ୍ରିପ ଟ୍ରିପ କାଠ କଟାଯାଇ ବାହାରକୁ ଚାଲାଣ ହେଉଥିଲା । କୌଣସି ସୁତ୍ରରୁ ଖବରପାଇ ରାମନ୍ଦ୍ରପୁର ଥାନା ଏସଆଇ ବିଶ୍ୱଜିତ ବେହେରା ଗତକାଲି ରାତିରେ ଏହି ବେଆଇନି କରତକଳ ଉପରେ ଚଢ଼ାଉ କରି ୫ଲକ୍ଷରୁ ଉର୍ଦ୍ଧ ଟଙ୍କାର କାଠ ଜବଦ କରିବା ସହିତ ଏହି ଘଟଣାରେ ସଂପୃକ୍ତ ଥିବା ଏସ.କେ ରେହେବର ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଆଜି ଡିଏଫଓ ଅଜିତ ସତପଥିଙ୍କ ନିର୍ଦ୍ଦେଶକ୍ରମେ ହଦଗଡ ଏସିଏଡ଼ ପ୍ରଫୁଲ କୁମାର ମଲ୍ଲିକ, ଦେଓଗାଁ ରେଞ୍ଜର ସୁରେନ୍ଦ୍ର କୁମାର ହେମ୍ରମ, ଆନନ୍ଦପୁର ରେଞ୍ଜର ସୁମନ ମାଝୀ, ହଦଗଡ ରେଞ୍ଜର ସୁମିତ ମହାନ୍ତିଙ୍କ ସହିତ କାଠକଟା, ହଦଗଡର ବନକର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଟ୍ରିପ ଟ୍ରିପ କାଠ ଜବଦ କରିବା ସହିତ ଏହି ବେଆଇନ କରତକଳକୁ ସିଲ କରିଛନ୍ତି । ପୁଲିସ ଓ ବନ ବିଭାଗର ଜ୍ଞାତ ସାରରେ ଏହି ବେଆଇନି କରତକଳ ଚାଲୁଥିବା ନେଇ ଆଲୋଚନା ହେଉଛି । ବିଶ୍ୱଜିତ ବେହେରାଙ୍କ ଏପରି ଚଢ଼ାଉ ପରେ ସମଗ୍ର ଅଞ୍ଚଳରେ ମାଫିଆଙ୍କ ମଧ୍ୟରେ କୋକୁଆଭୟ ଖେଳିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ