ଭୋଟ ଗଣତି ପ୍ରକ୍ରିୟା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବିହିତ ପଦକ୍ଷେପ ଗ୍ରହଣ

ଛତ୍ରପୁର ,(ଯୁଗାବ୍ଦ ନ୍ୟୁଜ) : ଆସନ୍ତା ୨୩ ତାରିଖରେ ହେବ ଭୋଟ୍ ଗଣତି । ଗଞ୍ଜାମ ଜିଲ୍ଲାର ୧୩ ବିଧାନସଭା ଏବଂ ଦୁଇ ଲୋକସଭା ଆସନର ଭୋଟ୍ ଗଣତି ହେବ। ଭୋଟ୍ ଗଣତି କିଭଳି ସୁରକ୍ଷିତ ଭାବେ ହେବ ସେଥିପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବିହିତ ପଦକ୍ଷେପ ଗ୍ରହଣ କରାଯାଇଛି।ଜିଲ୍ଲାର ବ୍ରହ୍ମପୁର, ଛତ୍ରପୁର ଓ ଭଞ୍ଜନଗର ତିନୋଟି ସ୍ଥାନରେ ଭୋଟ୍ କାଉଣ୍ଟିଂ ପାଇଁ ବ୍ୟବସ୍ଥା କରାଯାଇଛି। ଛତ୍ରପୁର ସ୍ଥିତ ଅଂସ୍ଲୋ ହାଇସ୍କୁଲ ଠାରେ ଛତ୍ରପୁର,କବିସୂର‌୍ୟ୍ୟନଗର ପୋଲସରା ,ଖଲ୍ଲିକୋଟ,ହିଂଜିଳି ବିଧାନସଭା ଆସନ ପାଇଁ ଭୋଟ ଗଣତି ହେଉଥିବା ବେଳେ ବ୍ରହ୍ମପୁର ଆଇ ଟି ଆଇ ଓ ପୋଲିଟେକ୍ନିକ ପରିସର ରେ ବ୍ରହ୍ମପୁର, ଗୋପାଳପୁର, ଚିକିଟି,ସାନଖେମୁଣ୍ଡି ଓ ଦିଗପହଣ୍ଡି ହେଉଥିବା ବେଳେ ଭଞ୍ଜନଗର କେ ଏସ ୟୁ ବି ପରିସର ରେ ଭଂଜନଗର,ଆସିକା, ସୋରଡା ନିର୍ବାଚନ ମଣ୍ଡଳୀ ର ଭୋଟ ଗଣତି କରାଯିବ । ଭୋଟ ଗଣତି ପାଇଁ ଚିକିଟି,ସାନଖେମୁଣ୍ଡି , ଦିଗପହଣ୍ଡି ଓ ଗୋପାଳପୁର ପାଇଁ ୧୦ଟି ଲେଖାଏଁ ଟେବୁଲ କରଯାଉଥିବା ବେଳେ ଅନ୍ୟ ନିର୍ବାଚନ ମଣ୍ଡଳୀ ପାଇଁ ୭ଟି ଟେବୁଲ ରେ ଭୋଟ ଗଣତି ହେବ ।ଏଥି ପାଇଁ ୨୫୦ କାଉଣ୍ଟି ଅବଜର୍ଭର,୨୫୬ ଜଣ କାଉଣ୍ଟି ଆସିଷ୍ଟାଣ୍ଟ ଓ ୨୩୨ ମଇକ୍ରୋ ଅବଜର୍ଭରଙ୍କ ଶ ୧୫୦ ଜଣ ଅତିରିକ୍ତ କର୍ମଚାରୀ ଙ୍କୁ ନିୟୋଜିତ କରାଯାଇଛି । ଭୋଟ ଗଣତି କେନ୍ଦ୍ର ଗୁଡିକର ସୁରକ୍ଷା ଦୃଷ୍ଟି ପାଇଁ ଗଞ୍ଜାମ ପୋଲିସ ପକ୍ଷରୁ ୧୩ ପ୍ଲାଟୁନ ପୋଲିସ ଫୋର୍ସ ସହ ଛତ୍ରପୁର ଠାରେ ୮ପ୍ଲାଟୁନ ଏବଂ ଭଂଜନଗରରେ ୫ପ୍ଲାଟୁନ ପୋଲିସ ମୁତୟନ କରାଯିବା ସହ ବ୍ରହ୍ମପୁର ପୋଲିସ ପକ୍ଷରୁ ବ୍ରହ୍ମପୁର ଠାରେ ୧୧ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ । ସକାଳ ୮ଟାରୁ ଭୋଟ୍ କାଉଣ୍ଟିଂ ଆରମ୍ଭ ହେବ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଗଂଜାମ ଏସପି ବ୍ରିଜେଶ କୁମାର ରାଏ ଓ ବ୍ରହ୍ମପୁର ଏସପି ପିନାକ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ