ସଦର ଥାନା କନେଷ୍ଟବଳ ମଦପିଇ ମାତାଲ, ପୋଲିସକୁ ସାତଗୁଣ ମାଫ

କେନ୍ଦ୍ରାପଡା : ସହରର ତିନିମୁହାଣିଛକରେ ଜନୈକ ପୋଲିସ କନେଷ୍ଟବଳ ମଦପିଇ ମାତାଲ ଅବସ୍ଥାରେ ରସ୍ତାରେ ଯାଉଥିବା ଲୋକମାନଙ୍କୁ ଗାଳିଗୁଲଜ କରୁଥିଲେ । ଖବରପାଇ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଁଚି ତାଙ୍କୁ ଆଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । କିନ୍ତୁ ସଂପୃକ୍ତ କନେଷ୍ଟବଳଙ୍କ ବିରୋଧରେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଜଣାପଡିଛି । କନେଷ୍ଟବଳ ଜଣଙ୍କ ସଦର ଥାନାର ବୋଲି ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ