ଆନ୍ତର୍ଜାତୀୟ ମହିଳା ଦିବସରେ ମହିଳା ସରପଂଚ ସମ୍ବର୍ଦ୍ଧିତ

କେନ୍ଦ୍ରାପଡା : ଭୂଭନେଶ୍ୱରସ୍ଥିତ ଏସପ୍ଲାନେଡରେ ସମୟ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ରାଜ୍ୟର ବହୁ ବିଦୁଷୀ ମହିଳାଙ୍କୁ ସମାଜ ପାଇଁ ସେମାନଙ୍କ ଅନନ୍ୟ ଅବଦାନ ନିମନ୍ତେ ସମ୍ବର୍ଦ୍ଧିତ କରାଯାଇଛି । ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ ସି.ୱାଇ.ଏସ.ଡି.ର ପ୍ରତିଷ୍ଠାତା ଡଃ.ଜଗଦାନନ୍ଦ, ଏସପ୍ଲାନେଡର ଶ୍ୟାମା ଝା, ଏଭରଗ୍ରୀନ ଟିର ସ୍ୱାତୀ ଅଗ୍ରୱାଲ ଓ ସମୟ ଲାଇଭ ଟିଭିର ଅନୀତା ମହାନ୍ତଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର ମ୍ୟାଟ୍ରନ କନକଲତା ନାୟକ ଓ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ପଂଚାୟତର ସରପଂଚ ଜୀନତପ୍ରୀୟଦର୍ଶିନୀ ରାଉତଙ୍କୁ ସମାଜସେବା କ୍ଷେତ୍ରରେ ଉତ୍କର୍ଷତା ନିମନ୍ତେ ମାନପତ୍ର ଓ ଉପଢୈାକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ