ମୟୂୁରଭଞ୍ଜ ଜିଲ୍ଲାର ୫ଟି ବୁଥରେ ସାନି ମତଦାନ
ମୟୂରଭଞ୍ଜ (ପ୍ରିୟବ୍ରତ ମିଶ୍ର) ମୟୂୁରଭଞ୍ଜ ଜିଲ୍ଲାର ୫ଟି ବୁଥ ରେ ସକାଳ ୭ ଟାରୁ ଆରମ୍ଭ ହୋଇଛି ସାନି ମତଦାନ ପ୍ରକ୍ରିୟା । ଜିଲ୍ଲା ର ୨ଟି ନିର୍ବାଚନ ମଣ୍ଡଳୀ ବାରିପଦା ଓ ବାଙ୍ଗିରିପୋଷି ର ୫ଟି ବୁଥ ରେ ଚାଲିଛି ଏହି ପ୍ରକ୍ରିୟା । ତେବେ ଗତ ୨୯ ତାରିଖ ୪ର୍ଥ ପର୍ଯ୍ୟାୟ ମତଦାନ ଶାନ୍ତି ଶୃଙ୍ଖଳା ର ସହିତ ସମାପ୍ତ ହୋଇଥିଲା । ମାତ୍ର ଏହି ବୁଥ୍ ଗୁଡିକରେ ଯାନ୍ତ୍ରିକ ତୃଟିକୁ ସ୍ୱଚ୍ଛତା ଆଣିବା ଲକ୍ଷ୍ୟରେ ସାନି ମତଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ । ଆଜି ବାରିପଦା ନିର୍ବାଚନ ମଣ୍ଡଳୀ ର ୨୬ ନଂ ୱାର୍ଡ ଭୁଗୁଡାକଟା ବୁଥ୍ ନଂ. ୧୬ ରେ ମୋଟ ୧୩୫୪ ଭୋଟରଙ୍କ ମଧ୍ୟରୁ ୬୭୧ ଜଣ ପୁରୁଷ ରହିଥିବା ବେଳେ ୬୮୩ ଜଣ ମହିଳା ଭୋଟର ରହିଛନ୍ତି । ୨୧ ନଂ ୱାର୍ଡ ପୂର୍ଣ୍ଣଚନ୍ଦ୍ରପୁର ବୁଥ୍ ନଂ. ୧୯ରେ ମୋଟ ଭୋଟର ସଂଖ୍ୟା ୧୧୮୧ ଜଣ ଭୋଟର ଙ୍କ ମଧ୍ୟରେ ୬୦୧ ଜଣ ପୁରୁଷ ଏବଂ ୫୭୯ ଜଣ ରହିଛନ୍ତି ମହିଳା ଭୋଟର । ସେହିପରି ବଡସାହି ବ୍ଲକ୍ ର ବୁଥ୍ ନଂ. ୧୬୬ ଖାନୁଆ, ବ୍ଲକ୍ ବିସିପୁର ର ବୁଥ୍ ନଂ. ୨୪୮ ଆଠପଡା ରେ ଆଜି ସକାଳୁ ଚାଲିଛି ସାନି ମତଦାନ । ଏଥିସହିତ ବାଙ୍ଗିରିପୋଷି ନିର୍ବାଚନମଣ୍ଡଳୀ ର ବୁଥ୍ ନଂ. ୧୦୪ କଖାରୁଶୋଳ ଠାରେ ମଧ୍ୟ ସମାନ ସମୟରେ ସାନି ମତଦାନ ପ୍ରକ୍ରିୟା ଆରମ୍ଭ ହୋଇ ଶାନ୍ତିଶୃଙ୍ଖଳା ର ସହ ଚାଲିଛି । ତେବେ ଯେଉଁ ଆଗ୍ରହ ନେଇ ଭୋଟର ମାନେ ପ୍ରଥମ ଥର ଭୋଟ ପ୍ରକ୍ରିୟାରେ ସାମିଲ ହୋଇଥିଲେ, ପୁଣି ଆଜିର ସାନି ମତଦାନ ପାଇଁ ସେପରି ଉତ୍ସାହ ନଥିବା ସ୍ପଷ୍ଟ ବାରି ହୋଇ ପଡୁଛି । ଅନ୍ୟପଟେ ପ୍ରବଳ ଗ୍ରୀଷ୍ମପବାହ କୁ ନଜର ରେ ରଖି ପ୍ରଶାସନ ପକ୍ଷରୁ ଭୋଟଗ୍ରହଣ କେନ୍ଦ୍ରରେ ପାନୀୟଜଳ ବ୍ୟବସ୍ଥା କରାଯାଇଛି । ସେହିପରି ଶାନ୍ତିଶୃଙ୍ଖଳା ପାଇଁ ସମସ୍ତ କେନ୍ଦ୍ର ରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଗ୍ରୀଷ୍ମପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡୁଥିବା ବେଳେ ଲମ୍ବା ଲାଇନ ରେ ଠିଆ ହୋଇ ଭୋଟ ଦେବାକୁ ଏକପ୍ରକାର ବିରକ୍ତି ପ୍ରକାଶ କରିଛନ୍ତି ଭୋଟର ।