୨୦୦ତମ ଦୋଳ ମହୋତ୍ସବ ଅନୁଷ୍ଠିତ

ଯାଜପୁର: ଯାଜପୁର ଦଶରଥପୁର ବ୍ଲକ ବନପୁରରେ ୨୦୦ତମ ଦୋଳ ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଦିଲୀପ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଯାଦବ ମହାସଂଘର ଅନୁସନ୍ଧାନ ଏବଂ ବିକାଶ ଅଧିକାରୀ ଅର୍ଜୁନ ମହାକୁଡ଼ ଏବଂ ଅନ୍ୟତମ ଅତିଥି ଭାବେ ମହାସଂଘର ଜିଲ୍ଲା ସଭାପତି ରବିନ୍ଦ୍ର ବେହେରା ଯୋଗ ଦେଇ ହୋଲି ମହୋତ୍ସବର ଇତିହାସ ସମ୍ପର୍କରେ ସୂଚନା ଦେଇଥିଲେ । ଏହି ଅବସରରେ ବିଭିନ୍ନ ସାଂସ୍କୃତିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଗ୍ରାମର କୁନିକୁନି ପିଲାମାନେ ମଧ୍ୟ ଏଥିରେ ଅଂଶଗ୍ରହଣ କରିଥିଲେ । ଆଖପାଖ ଅଞ୍ଚଳର ଗ୍ରାମବାସୀ ଏଥିରେ ସାମିଲ ହୋଇ ଉତ୍ସବକୁ ଉପଭୋଗ କରିଥିଲେ । ପରିଶେଷରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ବିଗଣେଶ୍ଵର ବେହେରା, ବିଚିତ୍ରାନନ୍ଦ ବେହେରା, ଲମ୍ବୋଧର ବେହେରା,ବନପୁର ହୋଲି କମିଟିର ସମସ୍ତ ସଭ୍ୟ ସମେତ ବନପୁର ଗ୍ରାମବାସୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ