ଶିମିଳିପାଳ ଜଙ୍ଗଲରେ କ୍ଷତବିକ୍ଷତ ଅଜଣା ମହିଳାଙ୍କ ମୃତ ଦେହ ଉଦ୍ଧାର

ରାଇରଙ୍ଗପୁର:ମୟୂରଭଂଜ ଜିଲ୍ଲାର ଯଶିପୁର ଥାନା ଅନ୍ତର୍ଗତ ଶିମିଳିପାଳ ଅଭୟାରଣ୍ୟରେ ମାଟି ଘାଟି ଫୋନ ପଏଣ୍ଟ ନିକଟସ୍ଥ ଜଙ୍ଗଲ ମଧ୍ୟରେ ଯଶିପୁର ଥାନା ଅଧିକାରୀ ରମାକାନ୍ତ ସେଠୀ ଓ ତାଂକ କର୍ମଚାରୀ କୌଣସି ସୂତ୍ରରୁ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଏକ କ୍ଷତବିକ୍ଷତ ଅଜଣା ମହିଳାଙ୍କ ମୃତ ଦେହକୁ ପୋଲିସ ଉଦ୍ଧାର କରିଛନ୍ତି । ମହିଳା ଜଣକ ବେଶଭୂଷାରେ ବିବାହିତ ଜଣା ପଡ଼ିଛି ।କୌଣସି କାରଣରୁ କେହି ନରପିଶାଚ କାମାତୁର ଦୁର୍ବୁର୍ତ୍ତ କୌଣସି ଧାରୁଆ ଅସ୍ତ୍ରରେ ହତ୍ୟା କରି ଫେରାର ହୋଇଯାଇଛି । ମହିଳା ଡାହାଣ ହାତରେ ଟାଟୁ ଚିହ୍ନ ଅଛି ।ମୋଟା ସ୍ବାସ୍ଥ୍ୟ,ଗୋଲ ମୁହଁ,୫ଫୁଟ ଉଚ୍ଚତା । କେହି ଯଦି ମହିଳାଙ୍କୁ ଚିହ୍ନନ୍ତି ତାହାହେଲେ ଯଶିପୁର ଥାନା ଅଧିକାରୀ ରମାକାନ୍ତ ସେଠୀଙ୍କ ସହ ଯୋଗାଯୋଗ କରିବାକୁ ଥାନାଧିକାରୀ ସୂଚାଇଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ