ସରକାରୀ ନିୟମକୁ ଖୁଲମଖୁଲା ଉଲଘଂନ ବିନା ସୂଚନା ଫଳକରେ ଚାଳିଛି ବାଂଶ ସ୍ଲୁଇସ ଗେଟର ଉଭୟ ପଟ କଂକ୍ରିଟ କାର୍ଯ୍ୟ

ନାଉଗାଁ,(ଯୁଗାବ୍ଦ ନ୍ୟୁଜ) : ଚାଷୀଙ୍କୁ ଚାଷ କାର୍ଯ୍ୟ ସମୟରେ ଜଳ ଯୋଗାଇ ଦେବା ପାଇଁ ସରକାରଙ୍କ ପକ୍ଷରୁ ସ୍ଲୁଇସି ଗେଟ ନିର୍ମାଣ କରାଯାଉଛି । ଏଥିରେ ଜଳ ସଂଚୟ କରାଯାଇ ଆବଶ୍ୟକ ସମୟରେ ଚାଷୀଙ୍କୁ ଜଳ ଯୋଗାଇ ଦିଆଯିବ । କିନ୍ତୁ ନାଉଗାଁ ବ୍ଲକ ବାଂଶ ପଂଚାୟତର ଗୋବରୀ ନଦୀରେ ଜଳ ନିଷ୍କାସନ ବିଭାଗ ପକ୍ଷରୁ ଜଳ ନିଷ୍କାସନ ପାଇଁ ସ୍ଲୁଇସି ଗେଟ ନିର୍ମାଣ କରାଯାଇଥିଲେ ମଧ୍ୟ କାର୍ଯ୍ୟରେ ଲାଗିପାରୁନାହିଁ । ଫଳରେ ବିଭାଗ ପକ୍ଷରୁ ଉଭୟ ପଟରେ କଂକ୍ରିଟ ଢଳାଇ କରାଯାଉଥିବା ଦେଖାଯାଉଛି । ଏହି ସ୍ଲୁଇସି ଗେଟ ନିର୍ମାଣ ଫଳରେ ୨ ହଜାରରୁ ଉର୍ଦ୍ଧ ଚାଷୀ ଉପକୃତ ହେବ ବୋଲି ଜଣାଯାଇଥିଲା । କିନ୍ତୁ ଜଳ ନିଷ୍କାସନ ସମୟରେ ଉକ୍ତ ଗେଟର କବାଟ ଖୋଲା ହେବା ସମୟରେ ପାଣିର ସ୍ରୋତରେ ଉଭୟ ପଟର ପଥର ବାଡା ଓ ମାଟି ଧସି ଯାଉଥିବା ଦେଖାଯାଉଥିଲା । ଏହାଫଳରେ ଗେଟକୁ ସଂଯୋଗ ହୋଇଥିବା ରାସ୍ତାର ମାଟି ଭୁସୁଡିବା ଯୋଗୁଁ ବହୁବାର ଯୋଗାଯୋଗ ବିଛିନ୍ନ ହେଉଥିଲା । ଏହାକୁ ନେଇ ଗ୍ରାମବାସୀଙ୍କୁ ପକ୍ଷରୁ ବାରମ୍ବାର ସ୍ଥାୟୀ ପ୍ରତିକାର ପାଇଁ ଅଭିଯୋଗ କରାଯିବା ପରେ ବିଭାଗ ପକ୍ଷରୁ ନଦୀର ଉଭୟ ପଟ ଖୋଳା ଯାଇ ଲୁହା ରଡ ବିଛା ଯିବା ସହିତ କଂକ୍ରିଟ ଢଳାଇ କରାଯାଉଥିବା ଦେଖାଯାଉଛି । ଉକ୍ତ କଂକ୍ରିଟ କାର୍ଯ୍ୟ ଚାଲୁଥିବା ସମୟରେ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତ ନଥିବା ଦେଖିବାକୁ ମିଳୁଛି । ଯାହାକି ଠିକାଦାର ନିଜ ଇଛାରେ ବାଲି,ଗୋଡି ଓ ସିମେଂଟ ମିଶ୍ରଣ କରି କାର୍ଯ୍ୟ କରୁଥିବା ଅଭିଯୋଗ ହେଉଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଉକ୍ତ ସ୍କୁଇସି ଗେଟ ଦୀର୍ଘ ବର୍ଷ ହେଲା ନିର୍ମାଣ କରାଯାଇଥିଲେ ମଧ୍ୟ ଚାଷ ସମୟରେ ଜଳ ନିଷ୍କାସନ ହେବା କ୍ଷଣି ରାସ୍ତା ଭୁସୁଡି ପଡିବା ଫଳରେ ଗ୍ରାମର ଉଭୟ ପଟକୁ ଯୋଗାଯୋଗ ବିଛିନ୍ନ ହେଉଛୁ । ଯଦି ଠିକାଦାରଙ୍କ ଦ୍ୱାରା ନିମ୍ନମାନର କାର୍ଯ୍ୟ କରାଯିବ ତେବେ ଉକ୍ତ ରାସ୍ତା ପୂର୍ବ ପରି ଭୁସୁଡି ଯୋଗାଯୋଗ ବିଛିନ୍ନ ହେବ ବୋଲି ଅଭିଯୋଗ ହେଉଛି । ଅନ୍ୟପକ୍ଷରେ ସରକାରଙ୍କ ପକ୍ଷରୁ ଯେ କୌଣସି କାର୍ଯ୍ୟ କରାଯିବ ସେହି କାର୍ଯ୍ୟର ସମସ୍ତ ବିବରଣୀ ସୂଚନା ଫଳକରେ ଦର୍ଶାଇବା ପାଇଁ ନିୟମ ରହିଛି । ଏଥିରେ କେତେ ଟଙ୍କାର ଅନୁଦାନ,କାର୍ଯ୍ୟ କରୁଥିବା ସଂସ୍ଥାର ନାମ,କାର୍ଯ୍ୟର କେତେ ଉଚ୍ଚତା ଓ ଲମ୍ବା କଂକ୍ରିଟ ,ଏଥିରେ କେତେ ପରିମାଣର ଚିପିସ,ବାଲି ଓ ସିମେଂଟ ଆଦି ବ୍ୟବହାର କରାଯିବ ବୋଲି ଦର୍ଶାଯିବ । କିନ୍ତୁ ଠିକାଦାର ଦ୍ୱାରା କାର୍ଯ୍ୟ ଆରମ୍ଭ କରାଯାଇଥିଲେ ମଧ୍ୟ ତାହା କରାଯାଇନଥିବା ଦେଖିବାକୁ ମିଳୁଛି । ଯାହାକି କାର୍ଯ୍ୟକୁ ନେଇ ଗ୍ରାମବାସୀଙ୍କ ମନରେ ସନ୍ଦେହ ଉପୁଜିଛି । ଏ ସଂର୍ପକରେ ବିଭାଗୀୟ ଏସଡିଓଙ୍କୁ ପଚାରିବାରୁ ଉକ୍ତ କାର୍ଯ୍ୟ ପାଇଁ ୧୧ ଲକ୍ଷ ଟଙ୍କା ମଂଜୁର କରାଯାଇଛି । କାର୍ଯ୍ୟ ଆରମ୍ଭରୁ ସୂଚନା ଫଳକ ଲଗାଇ କାର୍ଯ୍ୟ କରିବା କଥା ଯଦି ଲଗା ଯାଇନାହିଁ । ସୂଚନା ଫଳକ ଲଗାଇବା ପାଇଁ ଠିକାଦାରଙ୍କୁ କହିବି ବୋଲି କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ