ଶସ୍ତା ହେବ ଟିଭି ବିଲ୍ ଆସିବ ନୂଆ ନିୟମ

ନୂଆଦିଲ୍ଲୀ, (ଏଜେନ୍ସି): ଗ୍ରାହକଙ୍କ ହିତକୁ ଦୃଷ୍ଟିରେ ରଖି, ସେମାନଙ୍କୁ ଅଧିକରୁ ଅଧିକ ସେବା ପ୍ରଦାନ କରିବା ପାଇଁ ଟେଲିକମ୍ ରେଗୁଲେଟର ଟ୍ରାଇ ନିଜ ଡିଟିଏଚ୍ ନିୟମରେ ବାରମ୍ବାର ପରିବର୍ତ୍ତନ କରୁଛନ୍ତି । ଗତ କିଛି ମାସ ଧରି ଡିଟିଏଚ୍ ବିଲ୍ କମିବ ବୋଲି ଲଗାତାର ଶୁଣିବାକୁ ମିଳୁଛି । ତେବେ ଟ୍ରାଇର ନିୟମ ଲାଗୁ ହୋଇସାରିଛି । ଏବେ ଚ୍ୟାନେଲ୍ ହିସାବରେ ଗ୍ରାହକ ଟଙ୍କା ଦେଉଛନ୍ତି । ପ୍ରାପ୍ତ ସଦ୍ୟ ରିପୋର୍ଟ ଅନୁସାରେ ଡିଟିଏଚ୍ ବିଲ୍ କମ୍ ହେବାର ସମ୍ଭାବନା ରହିଛି । ରିପୋର୍ଟ ଅନୁସାରେ ଟେଲିକମ୍ ଆଣ୍ଡ ବ୍ରଡ଼କାଷ୍ଟିଂ ରେଗୁଲେଟର ଏକ କନ୍ସଲଟେସନ୍ ପେପର୍ ଜାରି କରିବାକୁ ପ୍ରସ୍ତୁତି ଚଳାଇଛିନ୍ତି । ଏହାର ଲକ୍ଷ୍ୟ କେବୁଲ ଓ ଡିଟିଏଚ୍ ବିଲ୍କୁ ଉପଭୋକ୍ତାଙ୍କ ପାଇଁ ପ୍ରସ୍ତୁତ କରିବା । କେବଳ ଏତିକି ନୁହେଁ ଟ୍ରାଇ ଦ୍ୱାରା ଜାରି କରାଯାଇଥିବା ପ୍ରାଇସିଂ ପଲିସି ପ୍ଲାନ୍ ଅଧୀନରେ ବ୍ୟବହାରକାରୀଙ୍କ ପାଇଁ ଶସ୍ତା ହୋଇପାରିନଥିବା ଗ୍ରହଣ କରାଯାଇଛି । ରିପୋର୍ଟରେ ବ୍ରଡ଼କାଷ୍ଟିଂର ଟାରିଫ୍ କମାଇବା ପାଇଁ କନ୍ସଲ୍ଟେସନ୍ ପେପର୍ରେ କାମ ଚାଲିଛି । ଏଥିପାଇଁ କେଉଁ ପ୍ରକାରର ମେକାନିଜିମ୍ ଗ୍ରହଣ କରାଯିବ ସେଥିପ୍ରତି ବିଶେଷ ଦୃଷ୍ଟି ଦିଆଯାଉଛି । ପ୍ରକାଶ ଯେ କାର୍ଯ୍ୟକାରୀ ହେଇଥିବା ନିୟମରେ ପରିବର୍ତ୍ତନ କରାଯିବ, ନା ନୂଆ ନିୟମ ଲାଗୁ ହେବ ସେନେଇ ଏହି ରିପୋର୍ଟରେ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟୋକ୍ତି ପ୍ରଦାନ କରାଯାଇନି । ସୂଚନାନୁସାରେ ନୂଆ ନିୟମ ପରେ କୌଣସି ବି ଚ୍ୟାନେଲ୍ ୧୯ ଟଙ୍କାରୁ ଅଧିକ ଚାର୍ଜ କରିପାରିବେନି, ଯାହାକି ବକେଟ୍ର ଅଂଶବିଶେଷ ହେବ । ନୂଆ ନିୟମ ପରେ କିଛି ଉପଭୋକ୍ତାଙ୍କ ଅନୁସାରେ ସେମାନଙ୍କ ବିଲ୍ରେ ହ୍ରାସ୍ ଘଟିଛି । ହେଲେ କିଛି ଡିଟିଏଚ୍ ଉପଭୋକ୍ତାଙ୍କ ଅନୁସାରେ ଏଥିରୁ କୌଣସି ବିଶେଷ ଲାଭ ମିଳିନଥିବା ବେଳେ ଟାରିଫ୍ରେ ଅଧିକ ବୃଦ୍ଧି ଘଟିଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ