ବାଲି ବୋଝେଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ,୩ ଘଣ୍ଟା ଟ୍ରାଫିକ ଜାମ

ହିଞ୍ଜିଳିକାଟୁ:ସରକାରୀ ନିୟମ କୁ ଉଲଘଂନ କରି ରବିବାର ଭୋର ସମୟରେ ସ୍ଥାନୀୟ ସହରର ଟ୍ରାଫିକ ବିପର୍ଯ୍ୟସ୍ତ ପୂର୍ଣ ମଡେଲ ବସଷ୍ଟାଣ୍ଡ ନିକଟରେ ଏକ ବାଲି ବୋଝେଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଟଣା ଗ୍ରସ୍ତ ଟ୍ରକ OR 18 / 3951 ଜାତୀୟ ରାଜପଥ ୫୯ନଂ ଉପରେ ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ପ୍ରାୟ ୩ ଘଣ୍ଟା ଧରି ଟ୍ରାଫିକ ଜାମ ହୋଇଥିଲା।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଟ୍ରାଫିକ ବ୍ୟବସ୍ଥା ନିୟନ୍ତ୍ରଣ କରିବା ସହ ଟ୍ରକକୁ ରାସ୍ତାରୁ ହଟାଇଛି।ସୂଚନା ମୁତାବକ ରବିବାର ଭୋର ପ୍ରାୟ ୫ଟା ସମୟରେ ଆସିକା ଅଞ୍ଚଳରୁ ବାଲି ବୋଝେଇ ଟ୍ରକ OR18/3951 ଦୃତ ଗତିରେ ଆସି ମଡେଲ ବସ ଷ୍ଟାଣ୍ଡ ନିକଟରେ ଥିବା ଡିଭାଇଡର ଉପରେ ଚଢ଼ି ଯାଇଥିଲା। ଟ୍ରକର ବାମ ପାର୍ଶ୍ୱ ଚକା ଛିଣ୍ଡି ଯିବା ଫଳରେ ଗାଡିଟି ଭାରସାମ୍ୟ ହରାଇ ରାସ୍ତାରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା।ଦୁର୍ଘଟଣା ଘଟାଇ ଉଭୟ ଡ୍ରାଇଭର ଓ ହେଲପର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ।ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଟ୍ରକ କୁ ହଟାଇବା ସହ ଟ୍ରାଫିକ ନିୟନ୍ତ୍ରଣ କରିଥିବା ଜଣାପଡ଼ିଛି।ପ୍ରାୟ ୩ ଘଣ୍ଟା ଧରି ଜାତୀୟ ରାଜପଥ ଜାମ ହୋଇଥିବା ଜଣାପଡିଛି।ପ୍ରକାଶ ଥାଉକି ସକାଳ ୬ ଘଣ୍ଟା ଠାରୁ ସନ୍ଧ୍ୟା ୬ଟା ସୁଦ୍ଧା ବାଲି ଉତ୍ତୋଳନ ପାଇଁ ନିୟମ ଥିବା ବେଳେ ଲିଜଧାରୀ ମାନେ ଏସବୁ ପାଳନ କରୁ ନ ଥିବା ଜଣାପଡିଛି। ଆବଶ୍ୟକତା ଠାରୁ ଓଭରଲୋଡିଙ୍ଗ ସହ ବିନା Y ଫର୍ମ ଏବଂ ବେଳେବେଳେ ଟେମ୍ପେରିଂ କରି ବେନିୟମ ଭାବେ ସ୍ଥାନୀୟ ସହର ଦେଇ ଶହ ଶହ ସଂଖ୍ୟକ ଟ୍ରକ ବାଲି ଚାଲାଣ ହେଉଥିବା ଜଣାପଡିଛି।ପୋଲିସ ଓ ତହସିଲ ପ୍ରଶାସନକୁ ହାତ ବାରିସୀ କରି ଏସବୁ କଳା କାରନାମା ଚାଲିଛି ବୋଲି ସହରରେ ଚର୍ଚ୍ଚା ହେଉଛି।ଆସିକା, ପୁରୁଷୋତ୍ତମପୁର ଆଦି ଥାନା ଅଞ୍ଚଳରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ବେଳେ ହିଂଜିଳି ଅଞ୍ଚଳରେ ପ୍ରଶାସନ ହାତ ଟେକି ନୀରବଦ୍ରଷ୍ଟା ସାଜିଥିବା ଆଲୋଚନା ହେଉଛି।ଫଳରେ ପରିବା ବୋଝେଇ ଗାଡି ସମସ୍ୟା ସହ ବାଲି ବୋଝେଇ ଟ୍ରକ ଡ୍ରାଇଭରଙ୍କ ବେପାରୁଆଓ ଦୃତ ଗାଡି ଚାଳନା ଅଞ୍ଚଳ ବାସୀଙ୍କ ଜୀବନ ପ୍ରତି ବିପଦପୂର୍ଣ୍ଣ ହୋଇଛି।ଏଥିପ୍ରତି ଧ୍ୟାନ ଦେବା ପାଇଁ ବୁଦ୍ଧିଜୀବୀ ମାନେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ