୯ ବର୍ଷ ତଳେ କୋରୋନାର ଭବିଷ୍ୟବାଣୀ କରିଥିଲା ଏହି ଫିଲ୍ମ
କୋରୋନା ଭାଇରସ ଏବେ ସାରା ବିଶ୍ବରେ ହଙ୍ଗାମା ମଚାଇଛି। ହଜାର ହଜାର ଲୋକ ଏଥିରେ ପ୍ରାଣ ହରାଉଥିବାବେଳେ ଲକ୍ଷାଧିକ ଲୋକ ଏଥିରେ ସଂକ୍ରମିତ ହୋଇଛନ୍ତି। ଭାରତରେ ମଧ୍ୟ ଏହି ଭାଇରସ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛନ୍ତି। ଏହି ଭାଇରସର ପ୍ରକୋପ ବଢ଼ୁଥିବା ଦେଖି ଅନେକ ରାଜ୍ୟରେ ସ୍କୁଲ୍ କଲେଜ୍, ସିନେମାଘର, ସପିଂ ମଲ୍ ଆଦି ବନ୍ଦ କରି ଦିଆଯାଇଛି। କିନ୍ତୁ ଏପରି ଏକ ସିନେମା ରହିଛି ଯାହାକୁ ସବୁଠାରୁ ଅଧିକ ଦେଖାଯାଉଛି ଓ ସବୁଠାରୁ ଅଧିକ ଡାଉନ୍ଲୋଡ କରାଯାଉଛି। ଏହା ହେଉଛି ୯ ବର୍ଷ ପୂର୍ବେ ରିଲିଜ୍ ହୋଇଥିବା ହଲିଉଡ୍ ଫିଲ୍ମ ‘କଣ୍ଟାଜିଅନ’।
‘କଣ୍ଟାଜିଅନ’ର ନିର୍ଦ୍ଦେଶନା ଷ୍ଟିଭନ୍ ସୋଡରବର୍ଗ ଦେଇଥିଲେ। ଫିଲ୍ମରେ ଅବିକଳ ତାହା ହିଁ ଦେଖାଯାଇଛି, ଯାହା ଏହି ସମୟରେ ସାରା ବିଶ୍ବରେ ଦେଖିବାକୁ ମିଳୁଛି। ଫିଲ୍ମରେ କୋରୋନା ଭଳି ଏକ ଭାଇରସ ଦେଖାଯାଇଛି, ଯେଉଁଥିପାଇଁ ଅନେକ ଲୋକଙ୍କ ମୃତ୍ୟୁ ଘଟୁଛି। କେବଳ ଏତିକି ନୁହେଁ, ଫିଲ୍ମରେ ଏହି ଭାଇରସ ବ୍ୟାପିବାର କାରଣ ବାଦୁଡ଼ି ଓ ଘୁଷୁରି ମାଂସ ବୋଲି ଦେଖାଯାଇଛି। ସେହିପରି କେତେକ ରିପୋର୍ଟରେ ଦାବି କରାଯାଉଛି ଯେ ବାଦୁଡ଼ି ପାଇଁ ଏହି କୋରୋନା ଭାଇରସ ବ୍ୟାପିଛି। ଫିଲ୍ମରେ ଦେଖିବାକୁ ମିଳୁଥିବା ଏହି ସମାନତା ଏହାକୁ ୯ ବର୍ଷ ପରେ ଲୋକପ୍ରିୟ କରିବାରେ ଲାଗିଛି। ଏହାକୁ ହଜାର ହଜର ଲୋକ ଡାଲନ୍ ଲୋଡ୍ କରିବାରେ ଲାଗିଛନ୍ତି। କେତେକ ଲୋକ ଏହାକୁ ଆମାଜନ୍ ପ୍ରାଇମ୍ରେ ଦେଖିବାକୁ ଚେଷ୍ଟା କରୁଛନ୍ତି।
ଫିଲ୍ମର କାହାଣୀ ଏଭଳି ଏକ ଭାଇରସର ଦେଇ ଗତି କରୁଛି ଯାହାଫଳରେ ମହାମାରୀ ବ୍ୟାପିବାରେ ଲାଗିଛି। ଫିଲ୍ମରେ ଜଣେ ସେଫ୍ ସଂକ୍ରମିତ ମାଂସକୁ ହାତ ଲଗାଉଛନ୍ତି। କିନ୍ତୁ ଦାୟିତ୍ବହୀନ ଭାବେ ସେ ତାଙ୍କ ହାତ ଧୋଉ ନାହାନ୍ତି। ଏହାପରେ ତାଙ୍କ ହାତ ମାଧ୍ୟମରେ ଏହି ଭାଇରସ ମାଧ୍ୟମରେ ଗ୍ବେନେଥ ପାଲ୍ଟ୍ରୋଙ୍କ ଚରିତ୍ର ପର୍ଯ୍ୟନ୍ତ ପହଞ୍ଚିଯାଏ। ଏହି ଭାଇରସ ବ୍ୟାପିବା ସହିତ ମହାମାରୀ ରୂପ ନେଇଯାଉଛି। ଏହି ଫିଲ୍ମରେ ମ୍ୟାଟ୍ ଡ୍ୟାମନ୍, ଗ୍ବେନେଥ ପାଲ୍ଟ୍ରୋ, କେଟ୍ ୱିନ୍ସଲେଟଙ୍କ ଭଳି ଅଭିନେତା ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ।
ଏହି ଫିଲ୍ମ କେତେ ପାୱାରଫୁଲ୍ ତାହା ଏଥିରୁ ଅନ୍ଦାଜ ଲଗାଯାଇପାରେ ଯେ ଯେତେବେଳେ କୋରୋନା ଭାଇରସ ଆରମ୍ଭ ବି ହୋଇ ନ ଥିଲା, ସେତେବେଳେ ଏହା ମୋଷ୍ଟ ପପୁଲାର ଶ୍ରେଣୀରେ ୨୭୦ତମ ସ୍ଥାନରେ ମିଳିଥିଲା। କୋରୋନା ବ୍ୟାପିବା ପରେ ‘କଣ୍ଟେଜିଅନ’ ଫିଲ୍ମ ଟ୍ରେଣ୍ଡ କରିବାରେ ଲାଗିଛି। କିଛି ଦିନ ଭିତରେ ଏହା ସାରା ବିଶ୍ବରେ ମୋଷ୍ଟ ଡିମାଣ୍ଡ ଫିଲ୍ମ ମଧ୍ୟ ପାଲଟିଛି। ‘କଣ୍ଟାଜିଅନ’ ବ୍ୟତିତ ‘ଟ୍ରାୟୋଫୋବିଆ’
ନାମକ ଏକ ଶର୍ଟ ଫିଲ୍ମ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଏହି ଫିଲ୍ମରେ ମଧ୍ୟ ଦେଖାଯାଇଛି ଯେ କିଭଳି ଭାବେ ଏହି ଭାଇରସ କାରଣରୁ ଜଣେ ମହିଳାଙ୍କ ଜୀବନ ବଦଳି ଯାଉଛି। ଏହି ଦୁଇଟି ଫିଲ୍ମ କୋରୋନା ଭାଇରସ କାରଣରୁ ଏବେ ଚର୍ଚ୍ଚାରେ ରହିଛି।


