ଶାନ୍ତିରଦୂତ ଆମେ ଦୁନ୍ଦୁଭିର ବିଭୀଷିକା
କାଳଜୟୀ ଋଷିମୁନି ଓ କୃଷିର ଦେଶ ହେଉଛି ଆମ ଭାରତବର୍ଷ । ବସୁଧୈବଂ କୁଟୁମ୍ବକମ୍ ନ୍ୟାୟରେ ସମଗ୍ର ବିଶ୍ୱ ହେଉଛି ଆମର ପରିବାର । ଜାତି, ଧର୍ମ, ବର୍ଣ୍ଣ ଓ ଭାଷାର ବିବିଧତାରେ ଗରିୟାନ ଏହି ଭାରତ ନିଜର ନୀତିରୁ କେବେହେଲେ ଓହରି ଯାଇନାହିଁ । ବୁଦ୍ଧ, ଜୈନ, କବୀର, ନାନକ ଓ ରାମଙ୍କ ଜନ୍ମସ୍ଥଳୀ ଭାରତରେ ବହୁ ଭାଷାଭାଷୀ ତଥା ଧର୍ମାବଲମ୍ବୀ ବିନା ଦ୍ୱିଧାରେ ବାସ କରିଛନ୍ତି ବର୍ଷ ବର୍ଷ ଧରି । ବିଶ୍ୱରେ ଇଣ୍ଡୋନେସିଆକୁ ଛାଡ଼ିଦେଲେ ସର୍ବାଧିକ ମୁସ୍ଲିମ୍ ସମ୍ପ୍ରଦାୟ ଭାରତରେ ହିଁ ବାସ କରୁଛନ୍ତି । ଖ୍ରୀଷ୍ଟିୟାନମାନେ ଆମ ଦେଶରେ ନିଜର ଧର୍ମର ପ୍ର•ର ପ୍ରସାର ସହ ଶାନ୍ତିରେ ବସବାସ କରୁଛନ୍ତି । ଇହୁଦି, ବାହାଇ ଭଳି ସଂଖ୍ୟାଲଘୁ ସମ୍ପ୍ରଦାୟ ମଧ୍ୟ ଭାରତରେ ରହିବାକୁ ପସନ୍ଦର କରୁଥିବା ବେଳେ ଜୋରାଷ୍ଟ୍ରିୟାନ, ଜୈନଧର୍ମୀ ଓ ବୌଦ୍ଧଧର୍ମୀମାନେ ନିଜକୁ ଭାରତୀୟ ବୋଲି ଗର୍ବ କରୁଛନ୍ତି । ବିଶ୍ୱଶାନ୍ତି ପାଇଁ ଭାରତର ପ୍ରଚେଷ୍ଟା ଓ ସହଯୋଗ ଆଗାମୀ ବହୁ ବର୍ଷ ଧରି ବିଶ୍ୱକୁ ରାସ୍ତା ଦେଖାଇବ । ଆମର ମହାକାବ୍ୟ ରାମାୟଣ ଓ ମହାଭାରତରେ ଶାନ୍ତି ହିଁ ପ୍ରଥମ ମାର୍ଗ ବୋଲି ଦର୍ଶାଯାଇଛି । ଗୌତମ ବୁଦ୍ଧ ରାଜ ସିଂହାସନ ତ୍ୟାଗ କରି ଶାନ୍ତି ଓ ଅହିଂସା ପାଇଁ ଏହି ବିଶ୍ୱକୁ ମାର୍ଗ ଦେଖାଇଛନ୍ତି । ମହାବୀର ଜୈନଙ୍କ ଶାନ୍ତିର ବାର୍ତ୍ତା ଏ ଜାତିକୁ ନିଜର ପରାକାଷ୍ଠା ଦେଖାଇବାର ସୁଯୋଗ ଦେଇଛି । କବୀରଙ୍କ ଦୋହା ଓ ଗୁରୁ ନାନକଙ୍କ ମାର୍ଗ ଭାରତବାସୀଙ୍କ ମଥାକୁ ଉଚ୍ଚା କରିରଖିଛି ବିଶ୍ୱ ଦରବାରରେ । ଭଗବାନ ଶ୍ରୀକୃଷ୍ଣ ଶାନ୍ତି ପାଇଁ କେଉଁଠି ନେହୁରା ହୋଇଛନ୍ତି ତ କେଉଁଠି ଗୁରୁଙ୍କ ପଦାଘାତକୁ ନିଜ ଛାତିରେ ସହି ନେଇଛନ୍ତି । କୌରବ ଓ ପାଣ୍ଡବଙ୍କ ମଧ୍ୟରେ ସନ୍ଧି କରି ସମଗ୍ର ଭୂଖଣ୍ଡରେ ଶାନ୍ତି ବଜାୟ ରଖିବା ଲାଗି ନିଜେ କୃଷ୍ଣ ଭଗବାନ ଉଦ୍ଧତ, ଗର୍ବୀ, ଅହଙ୍କାରୀ ଦୁର୍ଯ୍ୟୋଧନକୁ ନିଜେ ଭେଟି ପାଣ୍ଡବଙ୍କ ପାଇଁ ପାଞ୍ଚୋଟି ଗାଁ ମାତ୍ର ମାଗି ଅପମାନିତ ହୋଇଥିଲେ ମଧ୍ୟ, ପ୍ରଥମେ ଶାନ୍ତିକୁ ହିଁ ଅସ୍ତ୍ର କରିଥିଲେ । ପରେ ସେହି ଶାନ୍ତି ବଜାୟ ରଖିବା ପାଇଁ ଯୁଦ୍ଧର ଶଙ୍ଖନାଦ ବଜାଇ ଅନ୍ୟାୟ ଓ ଅଧର୍ମକୁ ବିଲୋପ କରିଥିଲେ । ଆମ ଆଦର୍ଶ, ଆମ ପରମ୍ପରା ଓ ସଂସ୍କୃତି ଅନୁଯାୟୀ ଆମ ଦେଶ କେବେ କାହାକୁ ଆକ୍ରମଣ କରିନାହିଁ ବା ଲୁଣ୍ଠନ କରିନାହିଁ । ମୋଗଲ ଠାରୁ ଆରମ୍ଭ କରି ବ୍ରିଟିଶ ପର୍ଯ୍ୟନ୍ତ ସମସ୍ତେ ଆମକୁ ଆକ୍ରମଣ କରିଛନ୍ତି, ଆମକୁ ଲୁଣ୍ଠନ କରିଛନ୍ତି, ଆମ ସଂସ୍କୃତି ଓ ପରମ୍ପରାକୁ ଭାଙ୍ଗିବା ପାଇଁ ଚେଷ୍ଟା କରିଛନ୍ତି, ଆମ ଭିତରେ ବିଭେଦ ସୃଷ୍ଟି କରିଛନ୍ତି, ଆମ କଳା ଓ ଭାସ୍କର୍ଯ୍ୟକୁ ଭାଙ୍ଗିଛନ୍ତି ଓ ଆମକୁ ଖଣ୍ଡବିଖଣ୍ଡିତ କରିବା ପାଇଁ ଚେଷ୍ଟା କରି କିଛି ମାତ୍ରାରେ ସଫଳ ହୋଇଛନ୍ତି ମଧ୍ୟ । ହେଲେ ବିଶ୍ୱଶାନ୍ତିିରେ ବିଶ୍ୱାସ ରଖୁଥିବା ଭାରତବାସୀ କେବେ ହେଁ ଏଭଳି ଅପଚେଷ୍ଟା କରିନାହାଁନ୍ତି । ଜାତିସଂଘର ଶାନ୍ତି ସେନାରେ ସର୍ବଦା ଆମର ଅଧିକ ସୈନ୍ୟ ସେବା ଯୋଗାଇ ଦିଅନ୍ତି । ସର୍ବେ ଭବନ୍ତୁ ସୁଖିନଃ ନୀତିରେ ଏବେ ବି ଭାରତ ବିଶ୍ୱାସ କରେ । ଆମେ ଯୁଦ୍ଧ ନୁହେଁ, ଶାନ୍ତି •ହୁଁ, କିନ୍ତୁ କିଏ ଯଦି ଆମ ଉପରେ ଯୁଦ୍ଧକୁ ଲଦିଦିଏ, ତେବେ ତାହାର ମୁହଁତୋଡ଼ ଜବାବ ଭାରତବାସୀ ଦେଇଜାଣନ୍ତି । ଜୟ ଯବାନ ଓ ଜୟ କିଷାନ ନାରା ହେଉଛି ଭାରତର ଆଦର୍ଶ । ଜାତିସଂଘର ଶାନ୍ତି ସେନାର ସର୍ବଦା ଆମର ଅଧିକ ସୈନ୍ୟ ସେବା ଯୋଗାଇ ଦିଆନ୍ତି । ଆଧ୍ୟାତ୍ମିକ ଗୁରୁ ଶ୍ରୀଚୈତନ୍ୟ ଦେବ ଓଡ଼ିଶାବାସୀ ବିଶେଷକରି ପାଇକପୁଅମାନଙ୍କୁ ଅସ୍ତ୍ର ଛାଡ଼ି ଖୋଳ, କରତାଳ ଦେଇ ନପୁଂସକ କରିଦେଇଥିଲେ ବୋଲି ଅଭିଯୋଗ ହୋଇଥିଲେ ମଧ୍ୟ ସେହି ପାଇକପୁଅମାନେ ଖୋର୍ଦ୍ଧାଗଡ଼କୁ ଶେଷ ପର୍ଯ୍ୟନ୍ତ ବ୍ରିଟିଶ କବଳରୁ ମୁକ୍ତ ରଖିଥିଲେ । ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ପାଇକପୁଅ ନିଜର ପରାକ୍ରମ ଦେଖାଇଥିଲା ବ୍ରିଟିଶ ଆଗରେ । ରାଜପରିବାରର ରାଜକୁମାର ବୁଦ୍ଧଦେବ ନିଜ କ୍ଷମତା ଓ ଭୋଗ ବିଳାସ ଛାଡ଼ି ଶାନ୍ତି ଓ ଅହିଂସା ମାର୍ଗରେ ନିଜକୁ ସାମିଲ୍ କରି ପୃଥିବୀର ଅଧିକାଂଶ ଭୂଖଣ୍ଡକୁ ନିଜ ମାର୍ଗରେ ଦୀକ୍ଷିତ କରାଇଥିଲେ । ଆଜି ବି ଶକ୍ତିଶାଳୀ •ଇନା ଠାରୁ ଆରମ୍ଭ କରି ଜାପାନ, ଭୂଟାନ, ଶ୍ରୀଲଙ୍କା, କଲମ୍ବିଆ, କାମ୍ପୁଚିଆ ପରି ବହୁ ମଙ୍ଗୋଲିୟ ରାଷ୍ଟ୍ର ଏହି ବୁଦ୍ଧଙ୍କ ଆଦର୍ଶରେ ଅନୁପ୍ରାଣିତ । ମୋଗଲ ଶାସନରେ ଭାରତକୁ କ୍ଷତବିକ୍ଷତ କରିବା ସହ ଭାରତର ସଂସ୍କୃତି ଓ ଐତିହ୍ୟ ଉପରେ ଆକ୍ରମଣ କରି ସମଗ୍ର ଭାରତକୁ ଲୋପ କରିବା ପାଇଁ ଚେଷ୍ଟା କରାଯାଇଥିଲା ହେଲେ ପୃଥ୍ୱୀରାଜ ଚୌହାନଙ୍କ ଠାରୁ ଆରମ୍ଭ କରି ରାଣୀ ଲକ୍ଷ୍ମୀବାୟୀ ପର୍ଯ୍ୟନ୍ତ ସମସ୍ତେ ମୋଗଲଙ୍କୁ କଡ଼ା ଜବାବ ଦେଇଥିଲେ । ସେହିପରି ବାଜି ରାଉତ ଠାରୁ ଆରମ୍ଭ କରି ନେତାଜୀ ସୁଭାଷ ବୋଷ, ଆଜାଦ୍, ଭଗତ ସିଂ, ଜୟୀରାଜଗୁରୁ ପ୍ରମୁଖ ବ୍ରିଟିଶଙ୍କୁ ଦେଶରୁ ହଟାଇବା ପାଇଁ ବାଧ୍ୟ କରିଥିଲେ । ଯଦିଓ ମହାତ୍ମା ଗାନ୍ଧୀ ଅହିଂସାର ଡ଼ାକ ଦେଇ ବ୍ରିଟିଶ ସାମ୍ରାଜ୍ୟକୁ ଥରହର କରିଦେଇଥିଲେ ତଥାପି ବ୍ରିଟିଶ ବିରୁଦ୍ଧରେ ଅସ୍ତ୍ର ଉଠାଇବା ବାଧ୍ୟ କରିଥିଲା ବ୍ରିଟିଶମାନଙ୍କୁ ଭାରତରୁ ବିଦାୟ ନେବା ପାଇଁ । ଭାରତକୁ ଦୁର୍ବଳ କରିବା ପାଇଁ ଉପନିବେଶବାଦୀ ବ୍ରିଟିଶ ଧର୍ମ ଭିତ୍ତିରେ ଭାରତକୁ ଅଲଗା କରି ପାକିସ୍ତାନକୁ ଜନ୍ମ ଦେଇଥିଲେ । ହେଲେ ଗୁଣ୍ଡାଗର୍ଦ୍ଦି, ବଦମାସୀ, ଷଡ଼ଯନ୍ତ୍ର ଓ ହିଂସାରେ ବିଶ୍ୱାସ କରୁ୍ଥିବା ପାକିସ୍ତାନ ଭାରତକୁ ତଳିତଳାନ୍ତ କରିବା ପାଇଁ ଯୁଦ୍ଧ କରି ବାରମ୍ବାର ହାର ହାରିଥିଲେ ମଧ୍ୟ ମୁମ୍ବାଇ, କାରଗିଲ୍ ଓ ପୁଲ୍ୱମା ଭଳି ଘଟଣା ଘଟାଇବା ସହ କାଶ୍ମୀରକୁ ଅଶାନ୍ତ କରି ରଖିଛି । ଶାନ୍ତିରେ ବିଶ୍ୱାସ କରୁଥିବା ଭାରତ ପାକିସ୍ତାନକୁ ଶହେ ଦୋଷରୁ ମୁକ୍ତ କରି ଶହେ ଏକରେ ସର୍ଜିକାଲ ଷ୍ଟ୍ରାଇକ୍ ଓ ଏୟାର ଷ୍ଟ୍ରାଇକ୍ ପରି କେବଳ ସନ୍ତ୍ରାସବାଦୀ ଓ ସନ୍ତ୍ରାସବାଦୀ ସଂଗଠନକୁ ଧ୍ୱସ୍ତ କରିଛି । ଶାନ୍ତି ଆମ ବଳ, କିନ୍ତୁ ସେଇ ଶାନ୍ତି ପାଇଁ ÷ଆମେ ଯୁଦ୍ଧ କରିପାରୁ ତଥା ନିଜ ଜୀବନ ଦେଇପାରୁ ଓ ନେଇପାରୁ । ମହାଭାରତ ଯୁଦ୍ଧରେ ଭଗବାନ କୃଷ୍ଣ ଶାନ୍ତି ପାଇଁ ଯୁଦ୍ଧ ଆରମ୍ଭ କରି ଅଶାନ୍ତିକୁ ସବୁଦିନ ପାଇଁ ଟାଳି ଦେଇଥିଲେ । ନ୍ୟାୟ ପଟେ ପାଣ୍ଡବ ଓ ଅନ୍ୟୟ ପଟେ କୌରବ ରହି ଯୁଦ୍ଧ କରିଥିବା ବେଳେ ସମଗ୍ର ଭୂଖଣ୍ଡ ବାଣ୍ଟି ହୋଇଯାଇଥିଲା ନ୍ୟାୟ ଓ ଅନ୍ୟାୟ ପଟେ । ପାକିସ୍ତାନରେ ଭାରତର ସର୍ଜିକାଲ ଷ୍ଟ୍ରାଇକ ଓ ଏୟାର ଷ୍ଟ୍ରାଇକ୍ ପରେ ପୃଥିବୀର ପ୍ରାୟ ରାଷ୍ଟ୍ର ଚୁପ୍ ରହିଥିବା ବେଳେ ଶକ୍ତିଶାଳୀ ରାଷ୍ଟ୍ରଗୁଡ଼ିକ ଆମକୁ ସମର୍ଥନ କରିଛନ୍ତି । ଶେଷରେ ଜୟଯୁକ୍ତ ହୋଇଛି ନ୍ୟାୟ । ଆଜି ସେହି ନ୍ୟାୟରେ ଭାରତର ଶାସକ, ସେନା, ଗଣମାଧ୍ୟମ ଓ ଦେଶବାସୀ ନ୍ୟାୟ ପଟେ ଛିଡ଼ା ହୋଇ ଜବାବ ଦେଇଛନ୍ତି ପାକିସ୍ତାନକୁ । ଧ୍ୱସ୍ତ ହୋଇଛି ସନ୍ତ୍ରସବାଦୀ ଶିବିର ଓ ପାକିସ୍ତାନର ଗର୍ବ ଓ ଅହମିକା ।
ଅନ୍ୟାୟର ଅବରୋଧ କର, ସ୍ୱୟଂ କୃଷ୍ଣ ଦେଇଛନ୍ତି ବାର୍ତ୍ତା-ରଣକ୍ଷେତ୍ରେ ପଛଘୁଞ୍ଚା ନାହିଁ, ଯୁଦ୍ଧ କର କହିଅଛି ଗୀତା ।
ଅଧ୍ୟକ୍ଷ, ରାଜ୍ୟ ନାଗରିକ ସମାଜ
ଫୋନ-୯୪୩୭୨୮୫୦୯୨, ଋଜ୍ଞବସକ୍ଷ : କ୍ଟ୍ରକ୍ସବଳବଗ୍ଦଷକ୍ସବଗ୍ଧଷ୭୦ଅଶଜ୍ଞବସକ୍ଷ.ମକ୍ଟଜ୍ଞ