ଫନି ବାତ୍ୟା ନିମନ୍ତେ ଏକ୍ସସିସ ବ୍ୟାଙ୍କ ବ୍ରହ୍ମପୁର ଶାଖା ତରଫରୁ ୨୦ଲକ୍ଷ ଟଙ୍କାର ସହାୟତା
ଛତ୍ରପୁର : ସାମୁଦ୍ରିକ ଝଡ଼ ଫନି ବାତ୍ୟାର ହୋଇଥିବା କ୍ଷତିଗ୍ରସ୍ତଙ୍କ ନିମନ୍ତେ ବହୁ ସଂଘ ଏବଂ ସଂସ୍ଥା ତରଫରୁ ବହୁ ସହାୟତା ପ୍ରଦାନ କରାଯାଉଥିବା ବେଳେ ଏକ୍ସ ସିସବ୍ୟାଙ୍କ ବ୍ରହ୍ମପୁର ଶାଖା ତରଫରୁମଧ୍ୟ ୨୦ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ଗତକାଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଳାଙ୍ଗେଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଏହି ୨୦ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଛନ୍ତି । ଏଥିରେ ଏକ୍ସସିସ ବ୍ୟାଙ୍କର ପ୍ରଶାନ୍ତ କୁମାର ପାଣିଗ୍ରାହୀ, ଦେବାଶିଷ ସ୍ୱାଇଁ, ସଞ୍ଜୟ ଅଗ୍ରୱାଲ, ଅରୁଣ ରାୟ, ଦଣ୍ଡପାଣି ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଏହି ଚେକ ପ୍ରଦାନ କରିଛନ୍ତି ।