ନୋଭେଲ କରୋନା ଭୂତାଣୁ ମୁକାବିଲା ଲାଗି ନିଆଯାଇଥିବା ପଦକ୍ଷେପ ଏବଂ ପ୍ରସ୍ତୁତିସମୀକ୍ଷା କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ
ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡ. ଔର୍ଷବ ର୍ଦ୍ଧନ ନୂଆଦିଲ୍ଲୀଠାରେ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସମେତ ସଫଦରଜ ଙ୍ଗହସ୍ପିଟାଲ, ଡ. ଆରଏମଏଲ ହସ୍ପପିଟାଲ ତଥା ଏମ୍ସ ଭଳି କେନ୍ଦ୍ର ସରକାରଙ୍କ ହସ୍ପିଟାଲର ଚିକିତ୍ସା ଅଧିକ୍ଷକ ଓ ନିର୍ଦ୍ଦେଶକଙ୍କ ସହିତ ଏକ ଉଚ୍ଚସ୍ତରୀୟ ବୈଠକରେ ନୋଭେଲ କରୋନା ଭୂତାଣୁ ମୁକାବିଲା ଲାଗି ନିଆଯାଇଥିବା ପଦକ୍ଷେପ ଏବଂ ପ୍ରସ୍ତୁତି ସମୀକ୍ଷା କରିଛନ୍ତି । ପ୍ରଥମେ କେନ୍ଦ୍ର ଏବଂ ରାଜ୍ୟସ୍ତରର ବିଭିନ୍ନ ମନ୍ତ୍ରଣାଳୟ ସହିତ ବିଦେଶରେ ଥିବାଭାରତୀୟ ଦୂତାବାସ ମଧ୍ୟରେ ପାରସ୍ପରିକ ସମନ୍ୱୟରକ୍ଷା କରାଯାଇ ନିଆଯାଇଥିବା ବିଭିନ୍ନ ପଦକ୍ଷେପକ ୁସ୍ୱାସ୍ଥ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ । ସେ କରୋନା ଭୂତାଣୁ (କୋଭିଡ-୧୯)ର ନିୟନ୍ତ୍ରଣ ଲାଗି ଅତ୍ୟନ୍ତ୍ର ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବା ଏବଂ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବାଲୋଙ୍କୁ ପ୍ରଭାବୀ ଢଙ୍ଗରେ ଠାବକରିବା ଦିଗରେ ନିଆଯାଇଥିବା ପଦକ୍ଷେପ ଲାଗି ରାଜ୍ୟ ଗୁଡ଼ିକୁ ପ୍ରଶଂସା କରିଥିଲେ ।
ଡାକ୍ତରଖାନାରେ ଉପଯୁକ୍ତ ବ୍ୟବସ୍ଥା ଯେପରିକି ଓପିଡି ବ୍ଲକ ବ୍ୟବସ୍ଥା, ଟେଷ୍ଟିଂକିଟ, ବ୍ୟକ୍ତି ଗତ ସୁରକ୍ଷା ଉପକରଣ (ପିପିଇ), ଔଷଧ ଏବଂ ପର୍ଯ୍ୟାପ୍ତ ପରିମାଣରେ ଆଇସୋଲେସନ ୱାର୍ଡବ୍ୟବସ୍ଥା ସମ୍ବନ୍ଧରେ ନିଆଯାଇଥିବା ପଦକ୍ଷେପର ସମୀକ୍ଷା କରିଥିଲେ । ସମସ୍ତ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ପର୍ଯ୍ୟାପ୍ତ ସଂଖ୍ୟାରେ ସୁରକ୍ଷା ସାମଗ୍ରୀ ଏବଂ ଉପକରଣ ଯୋଗାଇ ଦେବାଲାଗି ସେହସ୍ପିଟାଲ ଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ । ଏହି ଅବସରରେ ଡ. ଔର୍ଷ ବର୍ଦ୍ଧନଙ୍କୁ ଏହି ସୂଚନା ଦିଆଯାଇଥିଲା ଯେ ପର୍ଯ୍ୟାପ୍ତ ସଂଖ୍ୟାରେ ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପିପିଇ), ମାସ୍କ, ସାନିଟାଇଜର, ଥର୍ମୋମିଟର ଆଦି କ୍ରୟ କରା ଯାଉଛି ଏବଂ ଚାହିଦା ମୁତାବକ ନିର୍ଦ୍ଦିଷ୍ଟ ସ୍ଥାନକୁ ଯୋଗାଇ ଦିଆଯାଉଛି । ଏଥିସହିତ ଡ. ଔର୍ଷ ବର୍ଦ୍ଧନଙ୍କୁ ଭବିଷ୍ୟତରେ କୌଣସି ପ୍ରକାରର ଚାହିଦା ପୂରଣକରିବା ଲାଗି ଏସବୁ ଉପକରଣର ପର୍ଯ୍ୟାପ୍ତ ଷ୍ଟକ ସୁନିଶ୍ଚିତ କରାଯାଉଛି । ବିମାନ ବନ୍ଦର, ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ଥାନ ମାର୍ଗରୁ ବାହାରକୁ ଆସୁଥିବା ସଂକ୍ରମିତ ଯାତ୍ରୀଙ୍କ ଲାଗି ପୃଥକୀକରଣ କେନ୍ଦ୍ର ବ୍ୟବସ୍ଥା ସହିତ ସେଠାକୁ ଏସବୁ ଯାତ୍ରୀଙ୍କୁ ନେବା ଲାଗି ବ୍ୟବସ୍ଥା, ସ୍ୱାସ୍ଥ୍ୟ ଯାଂଚ ଆଦି ବିଷୟରେ ବିସ୍ତୃତ ସମୀକ୍ଷା କରିଥିଲେ । ସ୍ୱାସ୍ଥ୍ୟ ମନ୍ତ୍ରୀ ଏହିକାର୍ଯ୍ୟ ପାଇଁମୁତୟନ ଦଳଗୁଡ଼ିକୁ ପୃଥକୀକରଣ କେନ୍ଦ୍ରର ନିୟମିତ ନିରୀକ୍ଷଣ ଏବଂ ଅନୁଧ୍ୟାନ କରିବାଲାଗି ନିର୍ଦ୍ଦେଶ ଦେଇଥବଲେ । ଯାହା ଦ୍ୱାରା ଏଠାରେ ଆବଶ୍ୟକ ସୁବିଧା ସୁନିଶ୍ଚିତ କରାଯାଇ ପାରିବ । ଡ. ଔର୍ଷ ବର୍ଦ୍ଧନ କହିଥିଲେ ଯେ ଆବଶ୍ୟକ ସୁବିଧାକୁ ଉନ୍ନତ କରିବା ଉଦ୍ଦେଶ୍ୟରେ ସେ ପ୍ରତିଦିନ ଏ ସବୁ ବ୍ୟବସ୍ଥାର ସମୀକ୍ଷା କରିବେ । ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ଗୁଡ଼ିକ ସହିତ ସମ୍ପୂର୍ଣ୍ଣ ସ୍ଥିତିର ମଧ୍ୟ ସେ ସମୀକ୍ଷା କରୁଥିବା ସୂଚନା ଦେଇଥିଲେ ।
ସଂକଟର ମୁକାବିଲା ଲାଗି ଉପଯୁକ୍ତ ସାଧନ କୁହାଯାଉଥିବା ପ୍ରଭାବୀ ସଂଚାର ବ୍ୟବସ୍ଥାର ସ୍ୱତନ୍ତ୍ର ମହତ୍ୱ ଉପରେ ଆଲୋକ ପାତକରି ଡ. ଔର୍ଷ ବର୍ଦ୍ଧନ ବିଭିନ୍ନ ଦିଗ ପ୍ରତ ିଗୁରୁତ୍ୱା ରୋପ କରୁଥିବା ମଲ୍ଟିମିଡିଆ ସଂଚାର ଅଭିଯାନ ଆରମ୍ଭ କରିବାକୁ ପରାମର୍ଶ ଦେଇଥିଲେ । ରୋଗ ନିରାକରଣ ଉପାୟ, ଗୁଜବକୁ ନିରାଧାର ପ୍ରମାଣିତ କରିବା, ଜନସାଧାରଣଙ୍କୁ ନିର୍ଦ୍ଦେଶାବାଳୀ, ମାର୍ଗଦର୍ଶିକା, ଟେଷ୍ଟିଂଲ୍ୟାବ ଆଦି ବିଷୟରେ ବିସ୍ତୃତ ସୂଚନା ଦେବା ଏସବୁ ଦିଗମଧ୍ୟରେ ସାମିଲ ରହିଛି ।